କନକ ବ୍ୟୁରୋ: ପଳାତକ ଖଲିସ୍ତାନ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂହ ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଅକାଳ ତଖତ ଜଥେଦାର ଜ୍ଞାନୀ ହରପ୍ରୀତ ସିଂହ ଆଜି ସାବୋର ଦାମଦାମା ସାହିବରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି । ଏହି ସ୍ୱତନ୍ତ୍ର ସମାବେଶରେ ଧାର୍ମିକ ପ୍ରଚାର ଓ ଜାତୀୟ ଅଧିକାରର ସୁରକ୍ଷା, ମତ ପ୍ରକାଶର ସ୍ୱାଧୀନତା, ଶିଖ୍ ଗଣମାଧ୍ୟମର ଆହ୍ୱାନ ଏବଂ ଅବଦାନ ଉପରେ ମଧ୍ୟ ଆଲୋଚନା ହେବାର ସୂଚନା ରହିଛି । ଏଥିପାିଁ ପୁରା ପଞ୍ଜାବ ପୁଲିସ ସଜାଗ ରହିଛି । ଏଥିସହ ଗୁଇନ୍ଦା ଏଜେନ୍ସି ମଧ୍ୟ ଆଲର୍ଟ ମୋଡରେ ରହିଛି ।

Advertisment

ପଞ୍ଜାବ ଡିଜିପିଙ୍କ କାର୍ୟ୍ୟାଳୟ ପକ୍ଷରୁ ରାଜ୍ୟ ପୁଲିସ କାର୍ୟ୍ୟାଳୟର ଅଧିକାରୀଙ୍କୁ ପଠାଯାଇଥିବା ଏକ ଜରୁରୀ ଚିଠିରେ ସମସ୍ତ ଗେଜେଟେଡ୍, ଅଣଗେଜେଟେଡ୍ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି କୁ ଏପ୍ରିଲ ୧୪, ୨୦୨୩ ପର୍ୟ୍ୟନ୍ତ ବାତିଲ କରିବାକୁ କୁହାଯାଇଛି। ଏଥିସହ ଏପ୍ରିଲ ୧୪ ପର୍ୟ୍ୟନ୍ତ କୌଣସି ପ୍ରକାରର ନୂଆ ଛୁଟି ମଞ୍ଜୁର ନକରିବାକୁ ପୁଲିସ କାର୍ୟ୍ୟାଳୟ ମୁଖ୍ୟଙ୍କୁ କୁହାଯାଇଛି।

ଏହି ବୈଠକକୁ ନେଇ ଗୁଇନ୍ଦା ସଂସ୍ଥା ଓ ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଆଲର୍ଟ ମୋଡରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍ୱତନ୍ତ୍ର ବୈଠକରେ ଆତ୍ମସମର୍ପଣ ନ କରିବା ପାଇଁ ଅମୃତପାଲ ସିଂହ ସାଧା ପୋଷାକରେ ସଜାଗ ଅଛନ୍ତି। ଦମଦମା ସାହିବରେ ଏକ ସ୍ୱତନ୍ତ୍ର ବୈଠକରେ ଅମୃତପାଲ ଆତ୍ମସମର୍ପଣ କରିପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏ ନେଇ ଗୁଇନ୍ଦା ବିଭାଗ ଓ ପଞ୍ଜାବ ପୁଲିସର ଅନ୍ୟାନ୍ୟ ଅପରେସନ୍ ଟିମର ଏକ ବୈଠକ ଅନୁଷ୍ଠିତ ହୋଇଛି।