ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ଖାଣ୍ଡାଙ୍କ ମୃତ୍ୟୁ । ଲଣ୍ଡନରେ ଭାରତୀୟ ଦୂତାବାସରେ ହୋଇଥିବା ହିଂସାକାଣ୍ଡର ଥିଲା ମାଷ୍ଟରମାଇଣ୍ଡ ।

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ଖାଣ୍ଡାଙ୍କ ମୃତ୍ୟୁ । ଲଣ୍ଡନରେ ଭାରତୀୟ ଦୂତାବାସରେ ହୋଇଥିବା ହିଂସାକାଣ୍ଡର ଥିଲା ମାଷ୍ଟରମାଇଣ୍ଡ ।

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂ ଖାଣ୍ଡାଙ୍କ ମୃତ୍ୟୁ । ବ୍ରିଟେନରେ ଖାଣ୍ଡାଙ୍କର ମୃତ୍ୟୁ ହୋଇଛି । ରକ୍ତ କର୍କଟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୧୯ ମାର୍ଚ୍ଚରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ଖାଣ୍ଡା ।

ଅବତାର ସିଂ ଖାଣ୍ଡାଙ୍କୁ ରଣଯୋଧ ସିଂ ନାମରେ ଜଣାଶୁଣା । ବ୍ରିଟେନରେ ରାଜନୈତିକ ଶରଣ ଚାହୁଁଥିଲେ ଖାଣ୍ଡା । ଅବତାର ହିଁ ଅମୃତପାଲଙ୍କୁ ସାମ୍ନାକୁ ଆଣିଥିଲା । ୱାରିସ ଦ ପଞ୍ଜାବର ସଂସ୍ଥାପକ ଦୀପ ସିଦ୍ଧୁଙ୍କ ମୃତ୍ୟୁ ପରେ ଅମୃତପାଲଙ୍କୁ ପଞ୍ଜାବରେ ଆଗକୁ ବଢିବାକୁ ସହଯୋଗ କରିଥିଲେ ଖାଣ୍ଡା । ଏହାପୂର୍ବରୁ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରୁ ଜାତୀୟ ପତାକା ତଳକୁ ଟାଣିବା ଅଭିଯୋଗରେ ଖାଣ୍ଡାଙ୍କୁ ଗିରଫ କରାଯାଇଥିଲା ।

ଶିଖ ଯୁବକ ମାନଙ୍କୁ ବୋମା ପ୍ରସ୍ତୁତି ଏବଂ ଆଇଇଡିରୁ ରକ୍ଷା ପାଇବାର ଟ୍ରେନିଂ ଦେଉଥିବା ନେଇ ଖାଣ୍ଡାଙ୍କ ନାଁରେ ଅଭିଯୋଗ ରହିଥିଲା । ଖାଣ୍ଡା ଖଲିସ୍ତାନ ଲିବରେସନ ଫୋର୍ସର ଲଣ୍ଡନ ଶାଖାର ମୁଖ୍ୟ ଥିଲା ବୋଲି କୁହାଯାଏ । ଖାଣ୍ଡାଙ୍କ ବାପା ମଧ୍ୟ କେଏଲଏଫ ଆତଙ୍କବାଦୀ ଥିଲେ । ଯିଏ ୧୯୯୧ରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ପ୍ରାଣ ହରାଇଥିଲେ । । ପରେ ଖାଣ୍ଡା ଛାତ୍ରଙ୍କ ପାଠପଢା ପାଇଁ ଉପଲବ୍ଧ ଥିବା ଭିସା ଜରିଆରେ ବ୍ରିଟେନକୁ ପ୍ରବେଶ କରିଥିଲା । କିଛି ଦିନ ସେଠାରେ ରହିବା ପରେ ୟୁକେରେ ଥିବା ପ୍ରମୁଖ ବିଚ୍ଛିନ୍ନତାବାଦୀଙ୍କ ସହ ସମ୍ପର୍କ ବଢାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe