ଟ୍ୱିଟର ଉପରେ ନାରାଜ ବିଗ୍ ବି : ସୋସିଆଲ ସାଇଟ୍ ଛାଡିବାକୁ ସୂଚନା ଦେଲେ ଅମିତାଭ ବଚ୍ଚନ

ଟ୍ୱିଟର ଉପରେ ନାରାଜ ବିଗ୍ ବି : ସୋସିଆଲ ସାଇଟ୍ ଛାଡିବାକୁ ସୂଚନା ଦେଲେ ଅମିତାଭ ବଚ୍ଚନ

କନକ ବ୍ୟୁରୋ :  ଜାନୁଆରୀ ୩୧ ତାରିଖ । ରାତି ଠିକ୍ ୧୧ଟା ୩୫ ମିନିଟ । ବଲିଉଡ ସେହେନଶା ପୋଷ୍ଟ କଲେ ଆଶ୍ଚର୍ଯ୍ୟଜନକ ପୋଷ୍ଟ । ପୋଷ୍ଟରେ ଉଲ୍ଲେଖ ଥିଲା ଚକିତ କରିବା ଭଳି କିଛି ଧାଡିର ଲେଖା । ଯେଉଁଥରେ ଅମିତାଭ ବଚ୍ଚନ ତାଙ୍କ ଫଲୋର ସଂଖ୍ୟା କମ କରାଯାଇଥିବା ନେଇ ଟୁଇଟର ପଚାରିଥିଲେ ପ୍ରଶ୍ନ । ପରେ ହସି ହସି ଦେଇଥିଲେ ଜବାବ । ପେଜରେ ସେ ଉଲ୍ଲେଖ କରିଥିଲେ କି ଏବେ ସମୟ ଆସିଛି ଟୁଇଟରୁ ବିଦାୟ ନେବା ପାଇଁ । ଏଥିସହ ଏପଯର୍ଯ୍ୟନ୍ତ ଯାତ୍ରା ପାଇଁ ଟୁଇଟରକୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ପରୋକ୍ଷ ଭାବେ ଅନ୍ୟ ସୋସିଆଲ ମିଡିଆର କ୍ରେଜ ଓ ଉପସ୍ଥିତିର ଇଶାରା ଦେଇଥିଲେ ବିଗ ବି । କିଛି ଶବ୍ଦରେ ହିଁ ଅମିତାଭ ବଚ୍ଚନ ନିଜ ଫଲୋଅର୍ସ ସଂଖ୍ୟା କମ ହେବା ନେଇ ଅସନ୍ତୋଷ ଜାହିର କରିବା ସହ ଟୁଇଟର ଛାଡିବା ନେଇ ଧମକ ମଧ୍ୟ ଦେଇଛନ୍ତି । ଯାହାକି ତାଙ୍କ ଫଲୋଅର୍ସଙ୍କୁ ଦୁଃଖି କରିବା ସହ ଟୁଇଟରକୁ ଭାଳେଣିରେ ପକାଇଛି ।

publive-imageଲୋକପ୍ରିୟ ସେଲିବ୍ରେଟି ଭାବେ ବିଗ ବି କ୍ରମାଗତ ଭାବେ ଟୁଇଟରରେ ପ୍ରଥମ ସ୍ଥାନରେ ରହିଆସୁଥିବାବେଳେ ହଠାତ ବୁଧବାର ସେ ପହଁଚିଥିଲେ ୨ୟ ନମ୍ବରରେ । ଏକ ନମ୍ବର ସ୍ଥାନରେ ଥିଲା ବଲିଉଡ ବାଦଶାହା ଶାହାରୁଖ ଖାନ । ୨ୟ ସ୍ଥାନ ସହ ବିଗ ବିଙ୍କ ଫଲୋର ସଂଖ୍ୟା ୩୩ ବିଲିୟନକୁ କମି ୩୨.୦୯ ବିଲିୟନରେ ପହଁଚିଛି । ଫଲୋଅର୍ସ ସଂଖ୍ୟା କମ ହେବା ପଛରେ ଟୁଇଟରକୁ ପ୍ରଶ୍ନ କରିଥିଲେ ବିଗ ବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର୍ସ ସବୁଠୁ ଅଧିକ ରହିଥିବାବେଳେ ବିଗ ବି ଅମିତାଭ ବଚ୍ଚନ ସେଲିବ୍ରେଟି ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରିଆସୁଥିଲେ । ତେବେ ସ୍ଥାନର ଏହି ଅଦଳବଦଳକୁ ସହଜରରେ ଗ୍ରହଣ କରିପାରିନାହାନ୍ତି ବଲିଉଡ ସେହେନଶା ।

publive-imageବିଗ ବି ଅମିତାଭଙ୍କ ସ୍ଥାନ ଅଦଳବଦଳ ପୂର୍ବରୁ ଆସନ୍ତୁ ଜାଣିବା କେଉଁ ସେଲିବ୍ରେଟିଙ୍କ ଫଲୋଅର୍ସ ସଂଖ୍ୟା କେତେ ରହିଛି । ୩୭.୫ ଫଲୋର ସହ ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୩୩ ମିଲିୟନ ସହ ୨ୟ ସ୍ଥାନରେ ଅମିତାଭ ବଚ୍ଚନ,୩୦.୦୯ ସହ ୩ୟ ସ୍ଥାନରେ ଶାହାରୁଖ ଖାନ,୨୮.୫ ସହ ୪ର୍ଥ ସ୍ଥାନରେ ସଲମାନ ଖାନ୍ ।୨୪.୬ ମିଲିୟନ ଫଲୋଅର୍ସ ସହ ଖିଲାଡି କୁମାର ଅକ୍ଷୟଙ୍କ ରହିଛନ୍ତି ୫ମ ସ୍ଥାନରେ । ସେହିପରି ଷଷ୍ଠ ନମ୍ବରରେ ଥିବା ଆମୀର ଖାନଙ୍କ ରହିଛି ୨୨,୦୮ ମିଲିୟନ ଫଲୋଅର୍ସ ।୨୩.୭ ମିଲିୟନ ଫଲୋର ସହ ୭ମ ସ୍ଥାନରେ ରହିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର,୨୨.୨ ଫଲୋଅର୍ସ ସହ ବିରାଟ କୋହଲୀ ୮ନମ୍ବରରେ ।

publive-imageସେହିପରି ୯ମସ୍ଥାନରେ ୨୨,୨ମିଲିୟନ ଫଲୋଅର୍ସ ସହ ଅଛନ୍ତି ହାର୍ଟଥ୍ରୋବ ହ୍ରିତିକ ରୋଶନ ।୫୯୯ ହଜାର ଫଲୋଅର୍ସ ସହ ଜଣେ ମାତ୍ର ଫିମେଲ ସେଲିବ୍ରେଟି ସହ ୧୦ ସ୍ଥାନରେ ଅଛନ୍ତି ଦିପିକା ପାଦୁକୋନ । ସୋସିଆଲ ମିଡିଆ ଟୁଇଟର ୱାରକୁ ନେଇ ଅମିତାଭ ନିଜ ମନ କଥା ପ୍ରକାଶ କରିସାରିଛନ୍ତି । ତେବେ ସେହେନଶାଙ୍କ ଅନୁଗାମୀ ସଂଖ୍ୟା କମ କରିବା ହୁଏତ ସୋସିଆଲ ମିଡିଆ ଟୁଇଟରକୁ ଭାରି ପଡିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe