ଠାର ମାଧ୍ୟମରେ ସମର୍ପିତ ହେବ ଜାତୀୟ ସଙ୍ଗୀତ ! ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ଦେଶ ଉଦ୍ଦେଶ୍ୟରେ କରିବେ ପ୍ରଦର୍ଶିତ

63

୭୦ ତମ ସ୍ୱାଧୀନତା ଦିବସର ପୂର୍ବ ଦିନ ସନ୍ଧ୍ୟାରେ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଦେଶର ଦିବ୍ୟାଙ୍କ ଶିଶୁଙ୍କ ପାଇଁ ସାଇନ ଲାଙ୍ଗୁଏଜ ବା ଠାର ମାଧ୍ୟମରେ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଦେଶକୁ ସମର୍ପିତ କରିବେ । ଭିଡ଼ିଓ ସହ ଏହାର ଅଡିଓ କନେକ୍ସନ ମଧ୍ୟ ରହିବ ।

ପାଖାପାଖି ୩.୩୭ ମିନିଟର ଏହି ଗୀତକୁ ଆଦେଶ ଶ୍ରୀବାସ୍ତବ ସଙ୍ଗୀତ ପ୍ରଦାନ କରିଛନ୍ତି । ଗୋବିନ୍ଦ ନିହଲାନୀ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଦିଲ୍ଲୀ, କୋହ୍ଲାପୁର, ମୁମ୍ବାଇର ୩୬ ବିଶେଷ ଶିଶୁ ଅମିତାଭଙ୍କ ସହ ସାମିଲ ଅଛନ୍ତି । ମୁମ୍ବାଇର ଏକ ଷ୍ଟୁଡ଼ିଓରେ ଅମିତାଭ ବଚ୍ଚନ ଆଠ ରୁ ନଅ ଘଂଟା ଲଗାତାର ଭାବେ ପରିଶ୍ରମ କରି ମାଗଣାରେ ଜାତୀୟ ସଙ୍ଗୀତ ରେକର୍ଡ଼ କରିଛନ୍ତି ।

ବିଗତ ଅନେକ ସମୟ ଧରି ମୁକ ଓ ବଧୀର ଶିଶୁଙ୍କ ଦାବି ଥିଲା ସ୍ୱାଧିନତା ଦିବସରେ ତାଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଉ । କିନ୍ତୁ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କ ପାଇଁ ଦୂରଦର୍ଶନରେ କେବଳ ଭାଷଣକୁ ହିଁ ଠାର ମାଧ୍ୟମରେ ପ୍ରଦର୍ଶିତ କରାଯାଉଥିଲା ।