ପୁଲୱାମା ଆତଙ୍କୀ ଆକ୍ରମଣ : ସହିଦ ପରିବାରଙ୍କୁ ଅଢ଼େଇ କୋଟିର ସାହାଯ୍ୟ କରିବେ ବିଗ୍ ବି ଅମିତାଭ

804

ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଛନ୍ତି । ଚାରିଆଡ଼େ ଶୋକୟ ଛାୟା । ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନକୁ ଦେଶବାସୀ ମଥା ନଇଁ ସମ୍ମାନ ଜଣାଉଛନ୍ତି । ଯବାନଙ୍କୁ ଶେଷ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ ।

ପୁଲୱାମା ଆତ୍ମଘାତୀ ହମଲାପରେ ପାକିସ୍ତାନ ବିରୁଦ୍ଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେବାକୁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି । ଏହି ନିନ୍ଦନୀୟ ଘଟଣା ଘଟିବା ପରେ ପୁରା ଦେଶ ସହ ବଲିଉଡ଼୍ ଇଣ୍ଡଷ୍ଟ୍ରି ମଧ୍ୟ ଦୁଃଖରେ ମିୟମାଣ ହୋଇପଡ଼ିଛି । ବଲିଉଡ଼ର ଅନେକ କଳାକାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ସହିଦ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ସହିଦ ସମବେଦନା ଜଣାଇବା ସହ ସହିଦ ପରିବାରଙ୍କୁ ୫- ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି ।

ଅମିତାଭ ବଚ୍ଚନ ସହିଦ ହୋଇଥିବା ପରିବାରକୁ ୨.୪୫ ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଛି । ଗତ ବର୍ଷ ମଧ୍ୟ ଅମିତାଭ ବଚ୍ଚନ ଦେଶରେ ସୁରକ୍ଷା କରି ସହିଦ ହୋଇଥିବା ୪୪ ଝଜଣ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କାର ସାହାଯ୍ୟ ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଅମିତାଭ ବଚ୍ଚନଙ୍କର ଏକ ଟିମ ବର୍ତ୍ତମାନ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି । ଯଦ୍ୱାରା ସହିଦ ପରିବାରକୁ ଶୀଘ୍ର ସାହାଯ୍ୟ ପହଞ୍ଚାଯାଇପାରିବ । ତେବେ ଏହି ଆକ୍ରମଣକୁ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କଡ଼ା ନିନ୍ଦା କରିଥିଲେ ।