ବଲିଉଡ ମେଗାଷ୍ଟାର ଅମିତାଭ । ଯାହାଙ୍କ ନାଁରେ ବି ଫିଲ୍ମ ଚାଲିବାର ଦମ୍ ଥାଏ । ୭୦ ଦଶକରେ ଆଙ୍ଗ୍ରିମ୍ୟାନ ଭାବେ ବଲିଉଡରେ ଖୁବ୍ ଧୁମ୍ ମଂଚାଉଥିଲେ ଏହି ମେଗାଷ୍ଟାର । ଏବେ ପୁଣି ନଜର ଆସିବେ ଫିଲ୍ମ ସରକାରର ସିକ୍ୱେଲରେ । ଅନେକ ଦିନର ଅନୁଧ୍ୟାନ ପରେ ଉଭୟ ଅମିତାଭ ଓ ରାମ ଗୋପାଳ ବର୍ମା ଆରମ୍ଭ କରିବାକୁ ଯାଉଛନ୍ତି ଏହି ପ୍ରୋଜେଟ୍ ।
ଫିଲ୍ମ ମେକର ରାମ ଗୋପାଳ ବର୍ମାଙ୍କ ତଥ୍ୟ ଅନୁସାରେ , ଏହି ଫିଲ୍ମର ସ୍କ୍ରିପ୍ଟ କାମ ସରିଯାଇଛି । ଏହି ମାସ ଶେଷ ଆଡକୁ ଏହାର ସୁଟିଂ ଆରମ୍ଭ ହେବ । ୨୦୦୮ରେ ସରକାର ରାଜ ଫିଲ୍ମ ରିଲିଜ ହୋଇଥିଲା । ଏହାର ସିକ୍ୱେଲ ପାଇଁ ଫ୍ୟାନମାନଙ୍କ ଅପେକ୍ଷା ଥିଲା । ଖୁବ୍ ଶୀଘ୍ର ଏ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସରକାର-୩ରେ ପୁଣି ଦର୍ଶକ ଦେଖିବେ ସତୁରୀ ଦଶକର ଫିଲ୍ମ ଜଂଜିର , ଦିୱାର ଓ ଡନ୍ ଭଳି ଅମିତାଭଙ୍କ ଆଙ୍ଗ୍ରିମ୍ୟାନ ଅବତାର ।
ଫିଲ୍ମ ମେକର ରାମ ଗୋପାଳ ବର୍ମା ଫ୍ୟାନ ମାନଙ୍କୁ ଟ୍ୱିଟ କରି କହିଛନ୍ତି ସରକାର-୩ ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଜର ଆସିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/1-2.jpg)