ଧର୍ମେନ୍ଦ୍ରଙ୍କ ସହ ବଲିଉଡ ସିନେମାରେ ଅଭିନୟ କରିବେ ଅମିତାଭ ବଚନଙ୍କ ନାତି । ଜାଣନ୍ତୁ କେବେ ହେଉଛି ରିଲିଜ

184

କନକ ବ୍ୟୁରୋ : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ କ୍ରେଜ ଆଜି ବି ଜାରି ରହିଛି । କୋଟି କୋଟି ସିନେପ୍ରେମୀଙ୍କ ହୃଦୟରେ ଏବେ ବି ଅମିତାଭଙ୍କ ପାଇଁ ସମର୍ଥନ ରହିଛି । ହେଲେ ଏବେ ଖବର ଆସିଛି କି ଅମିତାଭ ବଚନଙ୍କ ପରେ ତାଙ୍କ ପୁଅ ଅଭିଷେକ ବଚନ ଓ ଏବେ ତାଙ୍କ ନାତି ଅଗସ୍ତ୍ୟ ନନ୍ଦା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଦିନେଶ ବିଜନଙ୍କ ସହ ମିଳିତ ଭାବେ ଏହି ସିନେମାର ଘୋଷଣା କରିଛନ୍ତି । ଏହି ସିନେମାରେ ଅଗସ୍ତ୍ୟ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ସ୍କ୍ରିନ ସେୟାର କରିବେ ।

୨୦୨୨ ରେ ଏହା ବଲିଉଡ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛି । ହଁ ଏହା ପୂର୍ବରୁ ଅଗସ୍ତ୍ୟ ନନ୍ଦା ଆର୍ଚିଜ ନାମକ ଏକ ସିନେମାରେ ଅଭିନୟ କରିଥିଲେ । ହେଲେ ଏବେ ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଘୋଷଣା କରିଛନ୍ତି କି ଆଇକେକେଆଇଏସ୍ ନାମରେ ଏକ ସିନେମା ରିଲିଜ କରିବାକୁ ଯାଉଛନ୍ତି । ଏଥିରେ ଧର୍ମେନ୍ଦ୍ର ଓ ଅଗସ୍ତ୍ୟାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଏହି ସିନେମା ଲେଫ୍ଟନାଣ୍ଟ ଜେନେରାଲ ଅରୁଣ କ୍ଷେତ୍ରପାଲଙ୍କ ଜୀବନୀ ଉପରେ ଆଧାରିତ । ଅରୁଣ କ୍ଷେତ୍ରପାଲ ସବୁଠାରୁ କମ୍ ବୟସରେ ପରମ ବୀର ଚକ୍ର ପାଇଥିବା ଜଣେ ବ୍ୟକ୍ତି । ଯେ କି, ତାଙ୍କ ଜୀବନରେ ନିର୍ଭରେ ଯୁଦ୍ଧ ଲଢୁଥିଲେ । କୁହାଯାଉଛି କି ଏହି ସିନେମାର ସୁଟିଂ ୨୦୨୩ ଶେଷ ସୁଦ୍ଧା ସମାପ୍ତ ହେବ । ଏହି ସିନେମାର ଘୋଷଣା ବେଳେ ନିର୍ଦ୍ଦେଶକ ଓ କଳାକାରମାନେ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା ।