ହିନ୍ଦି ସିନେମା ଜଗତରୁ ଆସିଲା ଐତିହାସିକ ଖବର : ପ୍ରଥମ ଥର ପାଇଁ ଏକାଠି ହେବେ ଅମିତାଭ୍ ଓ ଆମିର୍

ହିନ୍ଦି ସିନେମା ଜଗତରୁ ଆସିଲା ଐତିହାସିକ ଖବର : ପ୍ରଥମ ଥର ପାଇଁ ଏକାଠି ହେବେ ଅମିତାଭ୍ ଓ ଆମିର୍

ହିନ୍ଦି ସିନେମା ପ୍ରେମୀଙ୍କ ପାଇଁ ଆସିଛି ସବୁଠାରୁ ବଡ ଖୁସି ଖବର । ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଦୁଇ କିମ୍ବଦନ୍ତୀ ଆକ୍ଟର ଏକାଠି ଗୋଟିଏ ଫିଲ୍ମରେ ନଜର ଆସୁଛନ୍ତି । ବଲିଉଡ ଶେହେନ୍ସାହ ଅଭିତାଭ ବଚ୍ଚନଙ୍କ ସହ ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର୍ କରୁଛନ୍ତି ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆମିର୍ ଖାନ୍ । ୟଶରାଜ୍ ଫିଲ୍ମ ବ୍ୟାନରରେ ନିର୍ମିତ ହେଉଥିବା ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ରେ ଏହି ଦୁଇ ମହାନାୟକ ଏକାଠି ଅଭିନୟ କରୁଛନ୍ତି । ତେବେ ଲିଡ୍ ଅକ୍ଟ୍ରେସଙ୍କ ନାଁ ଏଯାଏ ସ୍ଥିର ହୋଇନଥିବା ବେଳେ ଫିଲ୍ମଟି ୨୦୧୮ ଦିୱାଲୀରେ ରିଲିଜ୍ ହେବ ।

ତେବେ କିଛି ଦିନ ପୁର୍ବେ ଏହି ଦୁଇଜଣ ଏକାଠି ଫିଲ୍ମ କରିବା ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଯାହାକୁ ନେଇ ହିନ୍ଦି ସିନେମାପ୍ରେମୀ କାଫି ଉତ୍ସାହିତ ଥିଲେ। ତେବେ ଆଜି ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ନିଜେ ଆମିର୍ ଖାନ୍ ଏହି ଫିଲ୍ମ ବିଷୟରେ ଟ୍ୱିଟ୍ କରି ଜଣାଇଛନ୍ତି। ଏହା ସହ ଅଭିତାଭ ବଚ୍ଚନଙ୍କ ପରି ଜଣେ ବର୍ଷୀୟାନ୍ ଅଭିନେତାଙ୍କ ସହ ଏକାଠି ଅଭିନୟର ସୁଯୋଗ ଦେଇ ତାଙ୍କ ସ୍ୱପ୍ନକୁ ପୂରା କରିଥିବାରୁ ନିର୍ଦେଶକ ଆଦିତ୍ୟ ଚୋପ୍ରା ଓ ବିଜୟ କ୍ରିଷ୍ଣା ଆଚାର୍ଯ୍ୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe