ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।

138

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ପଶ୍ଚିମବଙ୍ଗରେ ନୁହେଁ ତେବେ କଣ ପାକିସ୍ତାନରେ ଜୟ ଶ୍ରୀ ରାମ ନାରା ଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି ।

କୁଚ ବିହାରରେ ପରିବର୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି ଅମିତ ଶାହା । ଏହି ଯାତ୍ରା ହିଂସାର ନିୟମକୁ ବଦଳାଇ ରାଜ୍ୟରେ ବିକାଶ ଆଣିବ ବୋଲି କହିଛନ୍ତି । ଏହାସହ ପଶ୍ଚିମବଙ୍ଗରେ କାହିଁକି ଜୟ ଶ୍ରୀ ରାମ ନାରା ଲଗାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହା । ଏହାସହ ନିର୍ବାଚନ ସରିଲେ ମମତା ବାନାର୍ଜି ମଧ୍ୟ ଜୟ ଶ୍ରୀରାମ ନାରା ଦେଉଥିବେ ବୋଲି କହିଛନ୍ତି ଅମିତ ଶାହା ।