ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୃଢ଼ୋକ୍ତି ! ଲୋକସଭା ନିର୍ବାଚନ ଉପରେ ପଡ଼ିବନି ତିନି ରାଜ୍ୟ ଫଳାଫଳର ପ୍ରଭାବ

252

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନ ଫଳାଫଳ ୨୦୧୯ ଲୋକସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଅମିତ ଶାହ ଦୃଢ଼ୋକ୍ତି କରିଛନ୍ତି ଚଳିତ ଥର ଫଳାଫଳ ବିଜେପି ସପକ୍ଷରେ ନଗଲେ ମଧ୍ୟ ୨୦୧୯ରେ ବିଜେପି ହିଁ ସରକାର ଗଡ଼ିବ ।

ଲୋକଙ୍କ ସେବା କରିବା ଆମ କାମ । ତେବେ ଜନାଦେଶ ଆମ ସପକ୍ଷରେ ନଗଲେ ବି ଦୁଃଖ ନାହିଁ । ଆମେ ଜନାଦେଶକୁ ସ୍ୱୀକାର କରୁଛୁ । ଏହା ବ୍ୟତୀତ ବିରୋଧୀଙ୍କ ମେଂଟ ନେଇ ଶାହ କହିଛନ୍ତି, ବିରୋଧୀଙ୍କ ଏକ ଭ୍ରାନ୍ତ ଧାରଣା ରହିଛି । ତାଙ୍କ ମେଂଟର କୌଣସି ଅସ୍ତିତ୍ୱ ନାହିଁ । ୨୦୧୪ରେ ବି ଆମ ପଛରେ ପଡ଼ିଥିଲେ, ଆଉ ୨୦୧୯ରେ ମଧ୍ୟ ସେପରି ହେବ ।

Modi_
https://www.livehindustan.com

ଏହା ବ୍ୟତୀତ ବିଜେପି ଅଧ୍ୟକ୍ଷ ଦୃଢ଼ୋକ୍ତ କରିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପୂର୍ବାଂଚଳ, ପଶ୍ଚିମପବଙ୍ଗ ଓ ଓଡ଼ିଶା ପରି ରାଜ୍ୟରେ ସଫଳ ହେବ । ଶିବସେନା ୨୦୧୯ରେ ବିଜେପି ସହ ମିଶି ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସେ କହିଛନ୍ତି ।