ବଦଳିଯାଇଛି ବିଜେପି ! ସମୟ ଥିଲା ଗୋଟିଏ ଭୋଟ୍ ପାଇଁ ଭାଙ୍ଗିଥିଲା ସରକାର , ଆଜି ଶାହା ସାଜିଛନ୍ତି ସୁଲତାନ୍

32

ମଙ୍ଗଳବାର ପାର୍ଟି ପ୍ରମୁଖ ଭାବରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ନିଜର ତିନି ବର୍ଷ ପୁରା କରିଛନ୍ତି । ଆଉ ଏହି ଅବସରରେ ଗୁଜୁରାଟ ବିଧାୟକ ତାଙ୍କୁ ରାଜ୍ୟସଭା ପଠାଇ ଏକ ବଡ ଉପହାର ଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅମିତ୍ ଶାହାଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହାକୁ ଉପେକ୍ଷା କରି ହେବନି ଯେ ଆଜି ବିଜେପି ଯେଉଁ ସ୍ଥାନରେ ଅଛି ତା ପଛରେ ରହିଛି ଅମିତଙ୍କ ହାତ । ଏବେ ନଜର ପକାନ୍ତୁ ଅମିତଙ୍କ ବିଷୟରେ ୮ଟି ଖାସ୍ କଥା ଯାହା ତାଙ୍କୁ ଭିଡରେ ଭିନ୍ନ କରିଛି । ଏହା ସହ ଜାଣନ୍ତୁ ଅମିତଙ୍କ କେଉଁ ପଦକ୍ଷେପ ଆଜି ବିଜେପିକୁ ସଫଳତାର ଶୀର୍ଷରେ ପହଂଚାଇବାରେ ସକ୍ଷମ ହୋଇଛି ।

୮୦୦ ବୈଠକ :
• ଅମିତ୍ ଶାହା ୧୬ଟି ରାଜ୍ୟରେ ଅଲଗା ଅଲଗା ସ୍ତରରେ ୮୦୦ ବୈଠକ କରିଛନ୍ତି । ରେକର୍ଡ ହିସାବରେ ଏହି ତିନି ବର୍ଷ ଭିତରେ ଅମିତ୍ ଶାହା ସବୁଠାରୁ ବ୍ୟସ୍ତ ବ୍ୟକ୍ତି ରହିଛନ୍ତି ।

• ନିଜର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅମିତ୍ ଶାହା ପୁରା ଦେଶରେ ପ୍ରାୟ ୫୭୫ଟି ରାଲି ବା ପବ୍ଲିକ୍ ମିଟିଂ କରିଛନ୍ତି ।

ଆରଏସଏସ୍ ସହ ସମନ୍ୱୟ :
• ଏହି ତିନି ବର୍ଷ ମଧ୍ୟରେ ମୋଦି ସରକାର ଏବଂ ଆରଏସଏସ୍ ମଧ୍ୟରେ ସମନ୍ୱୟ ର୍ଖିଛନ୍ତି ଅମିତ୍ ଶାହା । ଏହି ସମନ୍ୱୟ ପାଇଁ ପ୍ରାୟ ୮୨ଟି ବୈଠକ କରିଛନ୍ତି ଅମିତ୍ ।

• ସୂତ୍ର ଅନୁସାରେ, ବରିଷ୍ଠ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ମୋଦିଙ୍କ ମଧ୍ୟରେ ବିଜେପି ଅଧ୍ୟକ୍ଷ ଭାବରେ ଅମିତ୍ ଶାହା ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ପ୍ରାୟ ୧୦୦ଟି ମିଟିଂ କରିଛନ୍ତି । ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ପ୍ରାୟ ୧୦୫ଟି ବୈଠକ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ମାମଲାରେ ବୈଠକ :
• ଏହି ତିନି ବର୍ଷ ମଧ୍ୟରେ ସେ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ ୪୪ଟି ବୈଠକ କରିଛନ୍ତି ।

• ଏହା ବ୍ୟତୀତ ଅନେକ ଗମ୍ଭୀର ମାମଲା ଯେମିତି କି ସମାନ ରାଙ୍କ୍ ସମାନ ପେନସନ୍, ଜମି ଅଧିଗ୍ରହଣ , ଜାଟ୍ ରିଜର୍ଭେସନ୍, ଯୋଗ ଦିବସ ଏବଂ ମୁଦ୍ରା ସ୍କିମ୍ ଆଦିକୁ ନେଇ ୭୫ଠି ବୈଠକ କରିଛନ୍ତି ।

ଟ୍ରେନରର ଭୂମିକା :
• କୌଣସି ରାଜ୍ୟ ଗସ୍ତ ବେଳେ ପୁରା ସମୟ ଦଳ ପାଇଁ କାମ କରିବା ଉଦ୍ଦେଶ୍ୟରେ ଯେଉଁମାନେ ପାର୍ଟି ସହ ଜଡିତ ଥାନ୍ତି ସେମାନଙ୍କ ପାଇଁ ଟ୍ରେନରର କାମ କରିଥାନ୍ତି ଅମିତ୍ ଶାହା । ଏହା ସହ ଯେଉଁମାନେ ପାର୍ଟି ପାଇଁ କାମ କରିବା ଉଦ୍ଦେଶ୍ୟରେ ଅନ୍ତତଃ ୬ ମାସ ଦଳ ସହ ସାମିଲ୍ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ଟ୍ରେନଂ ଦେଇଥାନ୍ତି ଅମିତ୍ ।

• ବିଜେପି ଅଧ୍ୟକ୍ଷ ହିସାବରେ ଅମିତ୍ ଶାହା ପୁରା ଦେଶର ୬୮୦ ଜିଲ୍ଲା ମଧ୍ୟରୁ ପ୍ରାୟ ୩୨୫ ଜିଲ୍ଲା ଗସ୍ତ କରିସାରିଛନ୍ତି ।