ଆମେରିକାରେ ପୁଣି ରକ୍ତର ହୋଲୀ, ୱାଲମାର୍ଟ ଗୁଳିକାଣ୍ଡରେ ୧୦ ମୃତ

96

କନକ ବ୍ୟୁରୋ : ପୁଣି ଆମେରିକାର ଏକ ଷ୍ଟୋର ଭିତରେ ପଶି ଆଖିବୁଜା ଗୁଳି ଚଳାଇଛି ଜଣେ ଅଜଣା ବ୍ୟକ୍ତି । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଆମେରିକାର ଭର୍ଜିନିଆ ଠାରେ ଥିବା ୱାଲମାର୍ଟର ଏକ ଷ୍ଟୋରରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା । ଏହି ଗୁଳିରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେପଟେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିବା ଅଜଣା ବ୍ୟକ୍ତିଙ୍କୁ ଗୁଳି କରି ମାରିଦେଇଛନ୍ତି ।

ଆମେରିକା ପୋଲିସ ମୁତାବକ ମଙ୍ଗଳବାର ରାତି ୧୦ ଟାରେ ପୋଲିସକୁ ୱାଲମାର୍ଟ ଭିତରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଥିଲା । ଖବର ପାଇବା ପରେ ପୋଲିସ ସେଠାରେ ତୁରନ୍ତ ପହଂଚି ପରିସ୍ଥିତିକୁ ଆୟତକୁ ଆଣିଥିଲା । ପୋଲିସ ଗୁଳିରେ ଗୁଳି ଚଳାଇଥିବା ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଛି । ହେଲେ ଏହି ଗୁଳିକାଣ୍ଡରେ ପ୍ରକୃତରେ କେତେ ଲୋକ ମରିଛନ୍ତି ତାହା ଜଣାପଡିନାହିଁ ।

ଏପଟେ ୱାଲମାର୍ଟ ତରଫରୁ ଏନେଇ ଅଧିକାରୀ ସ୍ତରରେ ବୟାନ ଜାରି କରାଯାଇଛି । ୱାଲମାର୍ଟ ତରଫରୁ କୁହାଯାଇଛି କି ଆମେରିକୀୟ ଷ୍ଟୋରରେ ହୋଇଥିବା ଗୁଳିକାଣ୍ଡ ବାସ୍ତବରେ ଦୁଃଖଦାୟକ  । ସେପଟେ ଏହା ପୁର୍ବରୁ ଆମେରିକାରେ ଏଭଳି ଗୁଳିକାଣ୍ଡ ଅନେକ ଥର ଦେଖିବାକୁ ମିଳିଛି । ହେଲେ ଏଭଳି ଗୁଳିକାଣ୍ଡ ପଛରେ ପ୍ରକୃତ କାରଣ ଜଣାପଡି ନାହିଁ ।