କୋଭିଡ୍-୧୯ ସହ ଜଡିତ ସାମଗ୍ରୀ ଉପରେ ହ୍ରାସ ହେଲା ଜିଏସଟି ଦର । ୧ ଲକ୍ଷ ଟଙ୍କା କମିଲା ଆମ୍ବୁଲାନ୍ସ ମୂଲ୍ୟ ।

103

କନକ ବ୍ୟୁରୋ : ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ଜିଏସଟି ହାର ଅନୁଯାୟୀ, କୋଭିଡ -୧୯ ସହ ଜଡିତ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରାଯାଇଛି । ଏହି କାରଣରୁ ଦେଶର ବୃହତ୍ତମ ଅଟୋମେକର୍ ମାରୁତି ଭାରତରେ ଏହାର ଇକୋ ଭ୍ୟାନର ଆମ୍ବୁଲାନ୍ସ ସଂସ୍କରଣର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସହିତ ଏକ ନିୟାମକ ଦାଖଲ ମାଧ୍ୟମରେ କମ୍ପାନୀ ଏହା ଘୋଷଣା କରିଛି ଏବଂ ପରିବର୍ତ୍ତିତ ଜିଏସଟି ହାର ଅନୁଯାୟୀ କମ୍ପାନୀର ଇକୋ ଯାନର ମୂଲ୍ୟ ୮୮,୦୦୦ ଟଙ୍କା ହ୍ରାସ କରାଯାଇଛି । ଏହି ଜିଏସଟି ହାର ପୂର୍ବରୁ ୨୮% ଥିଲା, ଆଉ ଏବେ ଜିଏସଟି ୧୨% କୁ ହ୍ରାସ ପାଇଛି ।

ଆଉ ସଂଶୋଧିତ ଜିଏସଟି ପରେ ମାରୁତି ଇକୋ ଆମ୍ବୁଲାନ୍ସର ମୋଟ ମୂଲ୍ୟ ୬.୧୬ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍, ଦିଲ୍ଲୀ) କୁ ଖସି ଆସିଛି । ଏଥି ସହିତ, ଜିଏସଟି ହାରରେ ଏହି ହ୍ରାସ ସେପ୍ଟେମ୍ବର ୩୦, ୨୦୧୧ ପର୍ଯ୍ୟନ୍ତ ବୈଧ ହେବ । ମାରୁତି ସୁଜୁକି ଏକ ନିୟାମକ ପତ୍ରରେ କହିଛି ଯେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଂଶୋଧିତ ଜିଏସଟି ହାର ଅନୁଯାୟୀ ଇକୋ ଆମ୍ବୁଲାନ୍ସର ମୂଲ୍ୟ ୮୮,୦୦୦ ଟଙ୍କା ହ୍ରାସ ପାଇଛି ।

ଯେଉଁଥିପାଇଁ ଇକୋ ଆମ୍ବୁଲାନ୍ସର ପୂର୍ବ ଶୋ’ରୁମ୍ ମୂଲ୍ୟରେ ହ୍ରାସ ଘଟିଛି ଏବଂ ଦିଲ୍ଲୀରେ ସଂଶୋଧିତ ମୂଲ୍ୟ ୬,୧୬,୮୭୫ଟଙ୍କା (ଏକ୍ସ ସୋରୁମ) ହୋଇଛି । ସୂଚନା ଥାଉ କି ଜିଏସଟି ପରିଷଦର ୪୪ତମ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଆମ୍ବୁଲାନ୍ସକୁ ବିଳାସପୂର୍ଣ୍ଣ କାଟାଗୋରିରୁ ହଟାଇ ଦିଆଯାଇଛି । ତେଣୁ ଆମ୍ବୁଲାନ୍ସ କିଣିବାବେଳେ ୨୮ ପ୍ରତିଶତ ବଦଳରେ ମାତ୍ର ୧୨ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏହାପୂର୍ବରୁ, ଆମ୍ବୁଲାନ୍ସକୁ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ଭାବରେ ବିବେଚନା କରାଯାଉଥିଲା ।