ଆସିଲାନି ୧୦୨ ଆମ୍ବୁଲାନ୍ସ ! ଅନ୍ଧାର ରାତିରେ ଟର୍ଚ୍ଚ ଆଲୁଅରେ ମେଡିକାଲ ଗଲେ ଗର୍ଭବତୀ

26

କନକ ବ୍ୟୁରୋ : ଆସିଲାନି ୧୦୨ ଆମ୍ବୁଲାନ୍ସ । ଅସହ୍ୟ ଗର୍ଭଯନ୍ତ୍ରଣାରେ ଛଟପଟ ହେଲେ ପ୍ରସୂତି । ଅନ୍ଧାର ରାତିରେ ଟର୍ଚ୍ଚ ଲାଇଟ୍ରେ ଚାଲି ଚାଲି ଅତି କଷ୍ଟରେ ଘରୁ ମେଡିକାଲକୁ ଗଲେ । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନାଗିରି ସହରଠାରୁ ମାତ୍ର ୫କିଲୋମିଟର ଦୂର କାଦୋପାଲି ଗାଁରେ । ଗତ ରାତିରେ କାଦୋବାହାଲ ଗାଁର ଜଗା ମୂଚାରୀଙ୍କ ପତ୍ନୀ ଶିଳ୍ପା ମୂଚାରୀଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା ।

ଶିଳ୍ପାଙ୍କୁ ମେଡିକାଲକୁ ନେବା ପାଇଁ ପରିବାର ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆସିନଥିଲା ଆମ୍ବୁଲାନ୍ସ । ଆଉ ବାଧ୍ୟ ହୋଇ କିଛି ବାଟ ଚାଲି ଚାଲି ଆସିଥିଲେ ଶିଳ୍ପା । ତାପରେ ରାସ୍ତାରେ ଏକ ଅଟୋକୁ ଡାକି ଅତି କଷ୍ଟରେ ମେଡିକାଲ ଯାଇଥିଲେ ଗର୍ଭବତୀ ମହିଳା ।

ଅନ୍ୟପଟେ ଶନିବାର କାଳବୈଶାଖୀ ପ୍ରଭାବରେ ସେହି ଅଂଚଳରେ ବିଜୁଳି କଟିଯାଇଛି । ଫଳରେ ସମ୍ପୂର୍ଣ୍ଣ ଅଂଚଳ ଅନ୍ଧାର ଭିତରେ ରହିଛି । ତେବେ ଏହି ଦୃଶ୍ୟ ପୁଣି ଥରେ ୧୦୨ ଆମ୍ବୁଲାନ୍ସ ସେବାର କାର୍ଯ୍ୟକାରୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-