ନବରଙ୍ଗପୁରରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ! ଗର୍ଭବତୀଙ୍କ ସମେତ ୩ ଆହତ ।

ଝରି ଗାଁ ବ୍ଲକ ଚିକିଲି ଗ୍ରାମ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇଛି ।

58

କନକ ବ୍ୟୁରୋ: ଶନିବାର ରାତିରେ କଲେଗାଁ ଗୌଡ଼ଗୁଡ଼ା ନିକଟରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ଦୁର୍ଘଟନାଗସ୍ତ ହେବାରୁ ସେଥିରେ ଥିବା ଜଣେ ଗର୍ଭବତୀଙ୍କ ସମତେ ୩ ଜଣ ଆହତ ହୋଇଛନ୍ତି। ପରେ ସେମାନଙ୍କୁ ଉମରକୋର୍ଟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରି ଗାଁ ବ୍ଲକ ଚିକିଲି ଗ୍ରାମ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆମ୍ବୁଲାନ୍ସରେ ରହିଥିଲେ ଜଣେ ଗର୍ଭବତୀ ମହିଳା, ଆଶାକର୍ମୀ ଓ ଡ୍ରାଇଭର । ତେବେ ରାତି ପ୍ରାୟ ୨ଟା ବେଳେ ଝରିଗାଁ ବ୍ଲକର ଟେମରା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗାଁରୁ ଆସନ୍ନପ୍ରସବା ଲକ୍ଷ୍ମୀ ଜାନିଙ୍କୁ ନେଇ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଡାକ୍ତରଖାନାକୁ ଆଣିବା ବେଳେ କଲେଗାଁ ଗୌଡ଼ଗୁଡ଼ା ନିକଟରେ ରାସ୍ତାରେ ଥିବା ଏକ କଲଭର୍ଟ ବା ଶଙ୍ଖପୋଲର ବାଡ଼ା ଉପରକୁ ଚଢ଼ି ଯାଇ ଦୁର୍ଘଟନାଗ୍ରସ୍ତ ହୋଇଥିଲା। ଏହାର ପ୍ରଭାବରେ ଆମ୍ବୁଲାନ୍ସ ଚାଳକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ ଆଶାକର୍ମୀ ମନିକା ଜାନି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି।

ତିନି ଆହତଙ୍କୁ ପ୍ରଥମେ ଝରିଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେମାନଙ୍କୁ ନବରଙ୍ଗପୁର ପଠାଯିବା ପରେ ଏଥର କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।