ଆମ୍ବେଦକର ଜୟନ୍ତୀ ୨୦୧୯ : ଜାଣନ୍ତୁ ଭୀମରାଓ ଆମ୍ବେଦକରଙ୍କ ଜୀବନ ସହ ଜଡିତ ଥିବା ୧୧ ଟି ଅମୁଲ୍ୟ କଥା ।

296

ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆବେନ୍ଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସକପାଲ ଏବଂ ମାଙ୍କ ନାଁ ଭୀମାବାଇ ଥିଲା । ସେ ବାପାମା’ଙ୍କ ୧୪ ନମ୍ବର ସହ ଶେଷ ସନ୍ତାନ ଥିଲେ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ତାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ସହ ଜଡିତ ଥିବା ୧୦ ଟି ଖାସ୍ କଥାକୁ ସ୍ମରଣ ରଖନ୍ତୁ ।

୧ . ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ରୁୁ ସଂବନ୍ଧ ରଖୁଥିଲା । ଯାହାଙ୍କୁ ଅଛୁଆଁ ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ ।

୨ . ପିଲାବେଳୁ ହିଁ ଆର୍ଥୀକ ଏବଂ ସାମାଜିକ ଭେଦଭାବ ଦେଖିଥିବା ଆମ୍ବେଦକର ପିଲାବେଳେ ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ଦେଖିବାକୁ ପଡିଥିଲା । ତାଙ୍କୁ ଏବଂ ଅନ୍ୟ ପିଲାଙ୍କୁ ଅଲଗା ବସାଯାଉଥିଲା । ସେ ପାଣି ମଧ୍ୟ ପିଇବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ଥିଲେ ।

୩ . ଆମ୍ବେଦକରଙ୍କ ଅସଲ ନାମ ଅମ୍ବାବାଡେକର ଥିଲା । ତାଙ୍କ ପିତା ମଧ୍ୟ ଏହି ନାମରେ ନାଁ ଲେଖାଇଥିଲେ । କିନ୍ତୁ ଜଣେ ଶିକ୍ଷକ ତାଙ୍କ ସାଜ୍ଞାକୁ ବଦଳାଇ ନିଜ ସାଜ୍ଞା ଲଗାଇଦେଇଥିଲେ ।

୪ . ବାଲ୍ୟବିବାହ ପ୍ରଚଳନ ଥିବାରୁ ୧୯୦୬ ରେ ୧୫ ବର୍ଷ ବୟସରେ ତାଙ୍କ ବିବାହ ୯ ବର୍ଷର ରମାବାଇଙ୍କ ସହ ହୋଇଯାଇଥିଲା ।

୫. ୧୯୦୭ ରେ ସେ ଦଶମ ପାସ୍ ଏବଂ ୧୯୦୮ ରେ ସେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ । ଏହି କଲେଜରେ ପ୍ରବେଶ କରିଥିବା ସେ ପ୍ରଥମ ଦଳିତ ଛାତ୍ର ଥିଲେ । ୧୯୧୨ ରେ ସେ ବମ୍ବେ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ପ୍ରାପ୍ତ କରିଥିଲେ ।

୬ . ଦଳିତଙ୍କ ଅତ୍ୟାଚାର ବିରୋଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ସେ ‘ବହିଷ୍କୃତ ଭାରତ’ , ‘ମୁକ ନାୟକ’ , ‘ଜନତା’ ନାମରେ ପାକ୍ଷିକ ତଥା ସାପ୍ତାହିକ ପତ୍ର ବାହାର କରିବା ଆରମ୍ଭ କରିଦେଲେ । ୧୯୨୭ ରେ ସେ ଛୁଆଁଅଛୁଆଁକୁ ନେଇ ଜାତିବାଦ ଆନ୍ଦୋଳନକୁ ବଢାଇଦେଇଥିଲେ ।

୮. ୧୯୩୫ ରେ ଆମ୍ବେଦକର ଗଭର୍ଣ୍ଣମେଣ୍ଟ୍ ଲ’ କଲେଜ ଏବଂ ବମ୍ବେର ପ୍ରିନ୍ସିପାଲ୍ ହୋଇଥିଲେ । ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିଲେ ।

୯ . ୧୯୩୬ ରେ ସେ ଲେବର ପାର୍ଟି ଗଠନ କରିଥିଲେ ।

୧୦ . ୧୪ ଅକ୍ଟୋବର ୧୯୫୬ ଆମ୍ବେଦକର ଏବଂ ତାଙ୍କ ସମର୍ଥକ ପଞ୍ଚଶୀଳ ଆପଣାଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

୧୧ . ୧୯୫୬ ଡିସେମ୍ବର ୬ ରେ ସେ ଇହଲୀଳା ସମ୍ବରଣ କରିଥିଲେ । ୧୯୯୦ ରେ ମରଣୋପରାଂନ୍ତ ଭାରତର ସର୍ବୋଚ୍ଚ ସମ୍ନାନ ‘ ଭାରତ ରତ୍ନ’ ରେ ତାଙ୍କୁ ସମ୍ମାନ କରାଯାଇଥିଲା ।