ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ।

326

କନକ ବ୍ୟୁରୋ: ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ତାରିଖ ଘୋଷଣା ସହ  ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଗତ ବର୍ଷ କରୋନା ମହାମାରୀ ପାଇଁ ଅମରନାଥ ଯାତ୍ରା ଉପରେ ରୋକ ଲଗାଯାଇଥିଲା । ଚଳିତ ବର୍ଷ କିନ୍ତୁ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଅମରନାଥ ଯାତ୍ରା ଶେଷ ହେବ ବୋଲି ଜଣାପଡ଼ିଛି।

ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି) ୨୦୨୦ ମସିହାରେ ଅମରନାଥ ଯାତ୍ରାକୁ ବାତିଲ କରିଥିଲେ। ଗତ ବର୍ଷ ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୩ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଥମେ କୁହାଯାଇଥିବା ବେଳେ ସଂକ୍ରମର ବୃଦ୍ଧି ହେତୁ ଯାତ୍ରାକୁ ବାତିଲ କରିଦିଆଯାଇଥିଲା। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ଘଟୁଥିବା ସତ୍ତ୍ୱେ କରୋନା ମହାମାରୀ ନିର୍ଦ୍ଦେଶାବଳୀକୁ ପାଳନ କରି ବୋର୍ଡ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ କହିଛି ଯେ, ଏହା ଭକ୍ତଙ୍କ ଭାବନା ବିଷୟରେ ଆମେ ଅବଗତ ଏବଂ ଆମେ ସମ୍ମାନ କରୁ। ଧାର୍ମିକ ଭାବନାକୁ ଜୀବନ୍ତ ରଖିବା ପାଇଁ ଆମେ ସକାଳ ଏବଂ ସନ୍ଧ୍ୟା ଆରତୀର ଲାଇଭ ଟେଲିକଷ୍ଟ ଜାରି ରଖିବୁ।