କନକ ବ୍ୟୁରୋ: କାଠଗଡ଼ାରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ଏହି ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଏଥିରେ ଆଇନ ଓ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲେଶ୍ୱର ବସ୍ତା ବ୍ଲକ୍ର ୮ ଜଣ ସରପଞ୍ଚ । ଆଉ ଏହି ମାମଲାକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିବା ସହ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ କହିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

Advertisment
  • ରାଜନୀତିରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’
  • ହାଇକୋର୍ଟଙ୍କ ନୋଟିସ୍ ପରେ ତେଜିଲା ରାଜନୀତି
  • ବିରୋଧୀ କହିଲେ, ହୀନ ନିର୍ବାଚନ ସ୍ୱାର୍ଥକୁ ନେଇ ଯୋଜନା
  • ‘ଜନ ପ୍ରତିନିଧିଙ୍କ ଅଧିକାରଙ୍କୁ କରାଯାଉଛି ସଂକୁଚିତ’

ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା’କୁ ନେଇ ତେଜିଛି ରାଜନୀତି । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ ଆଣି କହିଛନ୍ତି, ହୀନ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୋଜନା କରାଯାଉଛି । ଏହି ଯୋଜନାର ପଛରେ ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ କରିବା ଲକ୍ଷ୍ୟରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ସମାନ ଢ଼ଙ୍ଗରେ ବିଜେପି ଅଭିଯୋଗ ଆଣି କହିଛି, ଦଳୀୟ ନେତାଙ୍କ ସ୍ୱାର୍ଥକୁ ଦେଖି ଏଭଳି ଯୋଜନା କରାଯାଇଛି । ପଞ୍ଚାୟତ ସ୍ତରର ଜନପ୍ରତିଧିନିଙ୍କ ଅଧିକାରୀକୁ କ୍ଷୁର୍ଣ୍ଣ କରାଯାଇଛି । ଏପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ବିଜେଡି ।

ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା’ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କରୁଛି ବୋଲି ଅଭିଯୋଗ ହୋଇଥିଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି ।

ତେବେ ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ଜଣ ନିର୍ବାଚିତ ସରପଞ୍ଚ ହୋଇଥିବା ବେଳେ ବିଚାର-ଆଲୋଚନା ପରେ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ । ହେଲେ ଯୋଜନା ଅଧୀନରେ କେମିତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେନେଇ ସରପଞ୍ଚମାନଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଏ ସବୁ ଭିତରେ ତିନି ସପ୍ତାହରେ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।