‘ମୋ ବସ୍’ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଚଳନ୍ତା ବସରୁ ଯାତ୍ରୀଙ୍କୁ ଠେଲିଦେଇଥିବା ଅଭିଯୋଗ, ଗୋଡ ଉପରେ ଚଢ଼ିଗଲା ବସ୍, ଯାତ୍ରୀ ଗୁରୁତର ।

214
କନକ ବ୍ୟୁରୋ: ‘ମୋ ବସ୍‘ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଚଳନ୍ତା ବସରୁ ଠେଲିଦେଇଥିବା ଅଭିଯୋଗ ଆଣିଲେ ଯାତ୍ରୀ । ଅଭିଯୋଗ ଅନୁସାରେ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ‘ମୋ ବସ୍‘ରେ ଚଢ଼ିଥିଲେ । ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ସେ ଓହ୍ଲାଇବାବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।
ଏପରିକି ସେ ଯେତେବେଳେ ବସରୁ ଓହ୍ଲାଉଥିଲେ ବସଟିର ଡୋର୍ ବନ୍ଦ୍ କରୁଥିଲେ କର୍ମଚାରୀ ଓ ସେହି ଡୋର୍ ମଝିରେ ତାଙ୍କ ଡାହାଣ ଗୋଡ଼ଟି ରହିଯାଇଥିଲା ବୋଲି ନିର୍ମଳେନ୍ଦୁ ଅଭିଯୋଗ ଆଣିଛନ୍ତି । ଫଳରେ ତାଙ୍କ ପାଦରେ ଗୁରୁତର ଆଘାତ ଲାଗିଛି । ସେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି ।