ଆୟକର ବିଭାଗର ଏହି କଡା ପଦକ୍ଷେପ ! ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ଓ ଦୁଇ ପୁଅଙ୍କ ବେନାମୀ ସଂପତିକୁ କଲା ଜବତ

30

କନକ ବ୍ୟୁରୋ: ବେନାମୀ ସଂପତି ନେଇ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଉପରେ ସଙ୍କଟ ଘନେଇବାରେ ଲାଗିଛି । ଲାଲୁଙ୍କ ଝିଅ ମିସା ଭାରତୀ ଓ ଦୁଇ ପୁଅ ତେଜସ୍ୱୀ ଓ ତେଜପ୍ରତାପଙ୍କ ୪ଟି ବେନାମୀ ସଂପତିକୁ ଆୟକର ବିଭାଗ ଜବତ କରିଛି ।

ଆୟକର ବିଭାଗର ଏହି କଡା ପଦକ୍ଷେପ ପରେ ବିହାର ରାଜନୀତି ପୁଣି ସରଗରମ ହୋଇଉଠିଛି । ଅନ୍ୟପଟେ ଆୟକର ବିଭାଗ ପକ୍ଷରୁ ମୀସା, ତେଜପ୍ରତାପ ଓ ତେଜସ୍ୱୀଙ୍କୁ ୯୦ ଦିନ ଭିତରେ ଉତର ଦେବାକୁ ସମୟ ଦିଆଯାଇଛି ।