ଭୋଗରାଇ ଅତିିରିକ୍ତ ତହସିଲଦାରଙ୍କୁ ବାଲିମାଫିଆଙ୍କ ଆକ୍ରମଣ : ବାଲି ବୋଝେଇ ଟ୍ରକକୁ ଅଟକାଇବାରୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ସୁନାଗହଣା ଲୁଟ କରି ମାରିଲେ ଚମ୍ପଟ

97

କନକ ବ୍ୟୁରୋ : ଭୋଗରାଇର ଅତିରିକ୍ତ ତହସିଲଦାରକୁ ବାଲିମାଫିଆମାନେ ଆକ୍ରମଣ କରି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଘଟଣା ଅନୁସାରେ, ଭୋଗରାଇର ସୁବର୍ଣ୍ଣରେଖା ନଦୀରୁ  ବେଆଇନ ଭାବେ ବାଲିଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା ।  ବାଲିଆପାଳ-କମର୍ଦ୍ଦା ରାସ୍ତା ଦେଇ ବାଲି ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିଲେ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ।

ସେ ଉଲୁଡା ଛକ ନିକଟରେ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ ।  ଏହି ସମୟରେ ବାଲିମାଫିଆମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ  ସୁନାହାର ଓ ବ୍ରେସଲେଟ ଲୁଟି ନେଇଥିବା  ଅଭିଯୋଗ ହୋଇଛି ।  ଖବର ପାଇ କମର୍ଦ୍ଦା ଥାନା ପୁଲିସ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ ।  ଅଟକ ଥିବା ବାଲି ଟ୍ରକର ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି ।