ଚନ୍ଦକା ଆଇଆଇସିଙ୍କ ବିରୋଧରେ ଆସିଲା ଅଭିଯୋଗ । ଏକ ନିର୍ଦ୍ଧିଷ୍ଟ ଦରରେ ଜମି ବିକ୍ରି ପାଇଁ ଲୋକଙ୍କୁ କରିଥିଲେ ବାଧ୍ୟ ।

ଆଇଆଇସି କହିଲେ, ମିଛ କହୁଛନ୍ତି ଅଭିଯୋଗକାରୀ ।

209

କନକ ବ୍ୟୁରୋ: ଚନ୍ଦକା ଥାନା ଆଇଆଇସିଙ୍କ ବିରୋଧରେ ଆସିଛି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ । ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ନିଜ ପଦବୀର ଅପବ୍ୟବହାର କରି ଜନସାଧାରଣଙ୍କୁ ନ୍ୟାୟ ଦେବା ବଦଳରେ ନିରୀହ ଲୋକଙ୍କୁ ମାଡ ମାରିବା ସହ ଜେଲ ପଠାଇଥିବା ଅଭିଯୋଗ ଆସିଛି । ଚନ୍ଦକା ଥାନା ଅଧିନ ସିମିଳୁଆପାଟଣାର ସ୍ୱର୍ଣ୍ଣଲତା ନାଟୁଆ ଆଣିଛନ୍ତି ଏକ ବଡ ଅଭିଯୋଗ ।

ସ୍ୱର୍ଣ୍ଣଲତାଙ୍କ କହିବା ଅନୁସାରେ ତାଙ୍କ ପୈତୃକ ଜମିକୁ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କମ ମୂଲ୍ୟରେ ବିକ୍ରି କରିବା ପାଇଁ ଆଇଆଇସି ବାରମ୍ବାର ଚାପ ପକାଇଥିଲେ । ଆଇଆଇସିଙ୍କ ଚାପରେ ନପଡି ସ୍ୱର୍ଣ୍ଣଲତା ତାଙ୍କ ଜମି ବିକି ନ ଥିଲେ । ଆଉ ସେହି ରାଗରେ ସ୍ୱର୍ଣ୍ଣଲତାଙ୍କ ପୁରା ପରିବାକୁ ଚୋରା ମଦ କାରବାର ମାମଲରେ ଜେଲ ପଠାଇ ଦେଇଥିଲେ ଆଇଆଇସି । ସେହିପରି ଏକାଧିକ ଲୋକମାନେ ଆଇଆଇସିଙ୍କ ଆକ୍ରୋଶର ଶିକାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏପରିକି ଜଣେ ବରିଷ୍ଠ ନାଗରିକଙ୍କ ଥାନା ଭିତରେ ମାଡ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଚନ୍ଦକା ଥାନା ଅଧିକାରୀଙ୍କୁ ପଚାରାରିବାରୁ ସେ କହିଛନ୍ତି ସେମାନେ ମଦ ବିକ୍ରି କରୁଥିଲେ ଏବଂ ମୋ ନାଁରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ।