ତାଜମହଲ କିଏ ନିର୍ମାଣ କରିଥିଲେ, ପ୍ରଥମେ ପଢିକି ଆସ? ତାଜମହଲର ୨୨ଟି କବାଟ ଖୋଲିବାକୁ ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଲେ ହାଇକୋର୍ଟ ।

1,162

କନକ ବ୍ୟୁରୋ : ତାଜମହଲରର ୨୨ଟି କବାଟ ଖୋଲିବା ନେଇ ଦାଖଲ ହୋଇଥିବା ପିଟିସନ ଉପରେ ଆଜି ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଶୁଣାଣି ଆରମ୍ଭ କରିଛନ୍ତି । ଆଉ ଏହି ଶୁଣାଣି ସମୟରେ ଆବେଦନକାରୀଙ୍କ ଉପରେ ବର୍ଷିବା ସହ ବିଚାରପତି ଡିକେ ଉପାଧ୍ୟାୟ କହିଛନ୍ତି, ପିଆଇଏଲ ବ୍ୟବସ୍ଥାର ଦୁରୁପଯୋଗ କରନି । କାଲି ଆସିବେ କହିବେ, ମାନ୍ୟବର ବିଚାରପତିଙ୍କ କୋଠରୀକୁ ଯିବାକୁ ଅନୁମତି ମିଳୁ ।

ଏହାସହ ବେଞ୍ଚରେ ଥିବା ଦୁଇ ବିଚାରପତି ଆବେଦନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେଉଁ ବିଷୟରେ ଆପଣ ଅବଗତ ନାହାନ୍ତି ତାହା ଉପରେ ରିସର୍ଚ୍ଚ କରି ଆସନ୍ତୁ । ଏମ.ଏ କରନ୍ତୁ, ପିଏଚଡି କରନ୍ତୁ ଏପରିକି ଯଦି କୌଣସି ସଂସ୍ଥା ରିସର୍ଚ୍ଚ କରିବାକୁ ନ ଦିଅନ୍ତୁ ତେବେ ଆମ ପାଖକୁ ମଧ୍ୟ ଆସନ୍ତୁ । ତାଜମହଲ କିଏ ନିର୍ମାଣ କରିଥିଲେ, ଏହାର ବୟସ କେତେ? କଣ ଆମେ ଏହାର ଶୁଣାଣି କରିବାକୁ ଆସିଛୁ ।

ଅନ୍ୟପଟେ ହାଇକୋର୍ଟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଆବେଦନକାରୀଙ୍କ ଓକିଲ କହିଥିଲେ, ଏ ବାବଦରେ ଆମେ ଅଧିକାରୀଙ୍କୁ ତଥ୍ୟ ମାଗିଥିଲୁ । ଯାହାର ଉତ୍ତରରେ ହାଇକୋର୍ଟ କହିଥିଲେ, ସୁରକ୍ଷା କାରଣରୁ କବାଟ ବନ୍ଦ କରାଯାଇଛି । ଏହା ହିଁ ତଥ୍ୟ । ଯଦି ଏଥିରେ ଆପଣ ସନ୍ତୁଷ୍ଟ ନୁହଁନ୍ତି ତେବେ ଏହାକୁ ଚ୍ୟାଲେଞ୍ଜ କରନ୍ତୁ । ଏହାସତ୍ତେ୍ୱ ମଧ୍ୟ ଆବେଦନକାରୀ କହିଥିଲେ, ମୋତେ ତାଜମହଲର ବନ୍ଦ ଥିବା କୋଠରୀ ଭିତରକୁ ଯିବାକୁ ଦିଅନ୍ତୁ । ଯାହାକୁ ନେଇ ହାଇକୋର୍ଟ କହିଥିଲେ ପିଆଇଏଲ ବଳରେ ଆପଣ ବିଚାରପତିଙ୍କ ପ୍ରକୋଷ୍ଠକୁ ଯିବାକୁ କହିବେ । ଏହା କେମିତି ସମ୍ଭବ । ଦୟାକରି ପିଆଇଏଲକୁ ନେଇ ମଜା ନ କରନ୍ତୁ ।