ସବୁ ଗାଡିରେ ଲାଗିବ ପ୍ୟାନିକ ବଟନ୍ ଓ ଟ୍ରାକିଂକ ଡିଭାଇସ୍ । ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଂଟ୍ରୋଲ, ଧାର୍ଯ୍ୟ ହୋଇଛି ସମୟସୀମା

282

କନକ ବ୍ୟୁରୋ : ଏଣିକି ଗାଡ଼ିରେ ଲାଗିବ ପାନିକ ବଟନ ଓ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗଠାରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସବୁ କିଛି ଜାଣି ହେବ । ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଂଟ୍ରୋଲ ରୁମ । ତିନି ଚକିଆ ଯାନକୁ ଛାଡ଼ି ଅନ୍ୟ ସମସ୍ତ ଯାତ୍ରୀବାହି ଓ ମାଲବାହୀ ଗାଡ଼ିରେ ଏହି ବ୍ୟବସ୍ଥା ରହିବ । ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ ଟ୍ରାକିଂ ଡିଭାଇସ ।
ଡିସେମ୍ବର ୩୧, ୨୦୨୨ପୂର୍ବରୁ କିଣାଯାଇଥିବା ଗାଡି ଗୁଡିକ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ୨୦୨୩ରେ କିଣାଯିବାକୁ ଥିବା ଗାଡିରେ ରେଜିଷ୍ଟ୍ରେସନ ପୂର୍ବରୁ ଏହି ଡିଭାଇସ ଲାଗିଥିବା ଜରୁରୀ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ ବଟନ ଓ ଟ୍ରାକିଂ ଡିଭାଇସ ।