ମଙ୍କିପକ୍ସ ପାଇଁ ଏହି ସବୁ ରାଜ୍ୟ ସରକାର ଜାରି କଲେ ଆଡଭାଇଜରୀ: ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡ଼ା ନଜର

188

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଛି ମଙ୍କିପସ୍ ମାମଲା । ମଙ୍କିପସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରୀ ପରିସ୍ଥିତି ଘୋଷଣା କରିଛି । କେରଳ ପରେ ଏବେ ରାଜଧାନୀ ଦିଲ୍ଲୀ ଓ ଢେଲେଙ୍ଗାନା ମଙ୍କି ପସ୍ ଭୂତାଣୁ ଚିହ୍ନଟ ପରେ ପଡୋଶୀ ରାଜ୍ୟ ଗୁଡିକ ପାଇଁ ଏହା ଚିନ୍ତା ବଢାଇଛି । ଉତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିଡ ମୁକାବିଲା ଭଳି ମଙ୍କିପସ୍ ମୁକାବିଲା ପାଇଁ ୟୁପିର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି । ସେହିପରି ବିହାରରେ ବି ସ୍ୱାସ୍ଥ୍ୟ ବିଭାଗ ବି ଏଥିପାଇଁ ସଜାଗ ରହିଛି । ରାଜ୍ୟର ପ୍ରମୁଖ ସ୍ଥାନ ବିମାନବନ୍ଦରରେ ଚେକିଂ କଡାକଡା କରାଯାଉଛି । ସେପଟେ କେରଳ ଓ ଦିଲ୍ଲୀରେ ବି ଲୋକଙ୍କୁ ସର୍ତକ କରାଇଦିଆଯାଇଛି । ଦିଲ୍ଲୀରେ ଚିହ୍ନଟ ହୋଇଥିବା ମଙ୍କିପସ୍ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ମିଳିନାହିଁ, ଯାହା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ମେ ମାସରେ କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ଏବେ ବିଶ୍ୱର ୭୦ଟି ଦେଶକୁ ବ୍ୟାପି ଯାଇଛି ।

ଦେଶରେ ମଙ୍କିପକ୍ସର ୪ଟି ମାମଲା ସାମ୍ନାକୁ ଆସିବା ପରେ ସଜାଗ ହେଲେଣି ସରକାର । ଏହା ଭିତରେ ଟିକା ନିର୍ମାତା ଆଦାର ପୁନାୱାଲଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପୁନାୱାଲା କହିଛନ୍ତି କିଭଳି ଖୁବ ଶିଘ୍ର ମଙ୍କିପକ୍ସ ବିରୋଧୀ ଲଢେଇ ପାଇଁ ଭାରତରେ ଟିକା ଉପଲବ୍ଧ ହେବ ସେ ଦିଗରେ ଜୋରଦାର କାମ ଚାଲିଛି । ସେରମ ଇନୁଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଙ୍କିପକ୍ସର ବିରୋଧରେ ଏକ ଟିକା ପ୍ରସ୍ତୁତ କରିବା ପାଇଁ ଡେନମାର୍କର ଫାର୍ମା କମ୍ପାନୀ ବାବୋରିଅନ ନର୍ଡିକ ସହ ଆଲୋଚନା କରିଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ୩ମାସ ଭିତରେ ଭାରତକୁ ମିଳିପାରେ ଭ୍ୟାକସିନ । ସେରମ ପାଖରେ ଟିକା ସ୍ମଲପକ୍ସ ନିର୍ମାଣ କରିବା ପାଇଁ ଲାଇସେନ୍ସ ମଧ୍ୟ ରହିଥିବା ପୁନାୱାଲ କହିଛନ୍ତି ।