ସଲମାନଙ୍କୁ ମାରିବାକୁ ସବୁ ପ୍ଲାନ୍ ହୋଇଥିଲା । ହେଲେ ପ୍ଲାନ୍ ଫେଲ୍ ହେଲା କିପରି? ଖୁଲାସା କଲା ଲରେନ୍ସ ବିଷ୍ଣୋଇ ।

659

କନକ ବ୍ୟୁରୋ: ସଲମାନ୍ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିିଳିଛି । ଏହାପରେ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏଥିପାଇଁ ସବୁ ପ୍ଲାନ ସରିଥିଲା ହେଲେ ଶେଷ ସମୟରେ ପ୍ଳାନ୍ ଫେଲ ହୋଇଗଲା । କିନ୍ତୁ ଯୋଜନା କିପରି ବିଫଳ ହେଲା ପୋଲିସ ଆଗରେ ଏହାର ପୁରା କାହାଣୀ ବଖାଣିଛି ଲରେନ୍ସ ।

ଜେରା ସମୟରେ ହତ୍ୟା ଯୋଜନାର ପୁରା ତଥ୍ୟ କହିଛି ଲରେନ୍ସ । ତା’ର କହିବା ଅନୁସାରେ, ସଲମାନ ଖାନଙ୍କୁ ମାରିବା ପାଇଁ ଲରେନ୍ସ ରାଜସ୍ଥାନର ଗ୍ୟାଙ୍ଗଷ୍ଟର ସମ୍ପତ ନେହରାଙ୍କୁ ସୁପାରି ଦେଇଥିଲା । ଏହାପରେ ସମ୍ପତ ମୁମ୍ବାଇ ଯାଇ ସଲମାନଙ୍କ ଘରର ପୁରା ରେକି କରିଥିଲା । ଆଉ ହତ୍ୟା ପାଇଁ ପ୍ଲାନ ୍କରିଥିଲା । ସମ୍ପତ ପାଖରେ ଏକ ପିସ୍ତଲ ଥିଲା । ହେଲେ ଏଥିରେ ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିହେଉନଥିଲା । ଏହାପରେ ସମ୍ପତ ନିଜ ଗାଁର ଦିନେଶ ଫୌଜି ମାଧ୍ୟମରେ ୪ ଲକ୍ଷ ଟଙ୍କା ଦେଇ ଲରେନ୍ସର ଘନିଷ୍ଠ ଅନିଲ ପାଣ୍ଡ୍ୟାଠାରୁ ସ୍ପେଶାଲ ଆରକେ ରାଇଫଲ୍ସ କିଣିଥିଲା । ହେଲେ ଏହା ସମ୍ପତ ପାଖରେ ପହଞ୍ଚିବା ପୂର୍ବରୁ ଦିନେଶକୁ ପୋଲିସ ଗିରଫ କରିଥିଲା । ଏହାସହ ରାଇଫଲ୍ସ ପୋଲିସ ହାତରେ ଲାଗିଥିଲା । ଏହା ପରେ ପରେ ସମ୍ପତ ନେହେରା ମଧ୍ୟ ଗିରଫ ହୋଇଯାଇଥିଲା ।

ଏକ ଫିଲ୍ମ ସୁଟିଙ୍ଗ ସମୟରେ କୃଷ୍ଣ ମୃଗକୁ ମାରିବା ଅଭିଯୋଗରେ ସଲମାନ୍ ଛନ୍ଦି ହେବା ପରେ ଏହି ଘଟଣାକୁ ନେଇ ଲରେନ୍ସ ସଲମାନ ଖାନଙ୍କ ଉପରେ ରାଗ ରଖିଥିଲା । କାରର ଲରେନ୍ସ ଯେଉଁ ସମ୍ପ୍ରଦାୟରୁ ଆସିଛି ସେଠାରେ ଲୋକେ କଳା ମୃଗକୁ ପବିତ୍ର ବୋଲି ମନେକରନ୍ତି । ତେବେ ବତ୍ତମାନ ଲରେନ୍ସ ତିହାର ଜେଲରେ ବନ୍ଦୀ ଅଛି । ହେଲେ ସେଠାରୁ ସେ ହ୍ୱାଟ୍ସଆପ୍ ଜରିଆରେ ସୁପାରୀ ନେଇ ହତ୍ୟା ଷଡଯନ୍ତ୍ର କରେ ଓ ଘଟଣାକୁ ସଫଳ କରିବା ପରେ ଫେସବୁକ୍ ଜରିଆରେ ନିଜ ଦୋଷ ସ୍ୱୀକାର କରେ । ଲରେନ୍ସ ଗ୍ରୁପର ନେଟୱର୍କ ପୁରା ଦେଶରେ ଛାଇ ହୋଇ ରହିଛି, ଯେଉଁଥିରେ ୭୦୦ରୁ ଅଧିକ ଗ୍ୟାଙ୍ଗଷ୍ଟର କାମ କରୁଥିବା ଜଣାପଡିଛି । ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବରାଡ୍ ସାଙ୍ଗ ହୋଇ କାମ କରୁଥିଲେ । ଏହି ଗ୍ରୁପର ଗ୍ୟାଙ୍ଗଷ୍ଟର ହିଁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଜଣାପଡିଛି ।