କନକ ବ୍ୟୁରୋ : ବର୍ଷାରେ ବେହାଲ ଓଡ଼ିଶା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଝାରସୁଗୁଡାର ସବୁ ସ୍କୁଲ ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment

ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ତେବେ ସତର୍କତା ଦୃଷ୍ଟିରୁ ଆସନ୍ତାକାଲି ମଧ୍ୟ ଝାରସୁଗୁଡାର ସମସ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଝାରସୁଗୁଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।