କନକ ବ୍ୟୁରୋ: କଟକ ଓ କୋରାପୁଟ ଜିଲ୍ଲାରେ କାଲିଠୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣା ସହ ଖୋଲାଯିବ ମନ୍ଦିର । ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁ କୋଭିଡ ନିୟମ ବାଧ୍ୟତାମୂଳକ କରାଯାଇଛି । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭୋଗ କରାଯିବାକୁ ବାରଣ କରାଯାଇଛି । ସେପଟେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ ସେନେଇ ସିଏମସି ନିଷ୍ପତ୍ତି ନେବ । କୋରାପୁଟରେ କରୋନା ଯୋଗୁଁ ବୋଲବମ ଯାତ୍ରାକୁ ମଧ୍ୟ ବାରଣ କରାଯାଇଛି ।

Advertisment

ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ମନ୍ଦିର ବନ୍ଦ ରହିଛି । ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରୁ ପୁଣି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଜିଠାରୁ ସମ୍ବଲପୁରରେ ସମଲେଶ୍ୱରୀ ମନ୍ଦିର ଖୋଲାଯାଇଛି ।