ଆସନ୍ତାକାଲି ଠାରୁ ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ବିଏମସି; ଭକ୍ତଙ୍କ ପ୍ରବେଶ ନିଷେଧ, ଜାରି ରହିବ ନୀତିକାନ୍ତି

111

କନକ ବ୍ୟୁରୋ : ଭୁବନେଶ୍ୱରରେ ବନ୍ଦ ରହିବ ଧାର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ । ରାଜ୍ୟରେ ବେକାବୁ ହୋଇଛି କରୋନ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା, ଦୈନିକ ସଂକ୍ରମଣର ଶୀର୍ଷରେ ରହିଛି ।

ଖୋର୍ଦ୍ଧାରୁ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ବି ସଂକ୍ରମିତଙ୍କ ସଂଖ୍ୟା ବି ଖୁବ୍ ଅଧିକ ରହୁଛି । ତେଣୁ ବିଏମସି ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଉପରେ ନଜର ରଖାଯାଇଛି । ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିଏମସି କମିଶନର ।

Comments are closed.