ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି : ଜାଣନ୍ତୁ କେଉଁଠି କେତେ ପରିମାଣ ବର୍ଷା ରେକର୍ଡ ?

153

କନକ ବ୍ୟୁରୋ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ କେଉଁଠି କେତେ ପରିମାଣ ବର୍ଷା ହୋଇଛି ସେ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ୭୩ ଟି ସ୍ଥାନରେ ପ୍ରବଳ ବର୍ଷା ରେକଡ କରାଯାଇଛି । ଅତି ପ୍ରବଳ ବର୍ଷା ହୋଇଥିବା ୨୧ଟି ସ୍ଥାନରେ ୧୧୫ ଦଶମିକ ୬ ମିଲିମିଟରରୁ ୨୦୪ ଦଶମିକ୍ ୪ ମିଲିମିଟର ବର୍ଷା ହୋଇଛି ।

ସେହିପରି ପ୍ରବଳ ବର୍ଷା ହୋଇଥିବା ୭୩ ଟି ସ୍ଥାନରେ ୬୪ ଦଶମିକ୍ ୫ ମିଲିମିଟରରୁ ୧୧୫ ଦଶମିକ୍ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ର ୫ ଟି ସ୍ଥାନରେ ୧୫୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜଗତସିଂହପୁର ଏର୍ସମାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ପରେ ସୁନ୍ଦରଗଡ଼ର ହେମଗିରିରେ ୨୦୦ ଦଶମିକ୍ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଏହା ପଛକୁ ପୁରୀ ଅସ୍ତରଙ୍ଗରେ ୧୬୮ ମିଲିମିଟର, ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୧୬୭ ଦଶମିକ୍ ୪ ମିଲିମିଟର, ସୁନ୍ଦରଗଡ଼ରେ ୧୬୩ ଦଶମିକ୍ ୪ ମିଲିମିଟର, କଟକ ବାଙ୍କୀରେ ୧୬୨ ମିଲିମିଟର, କନ୍ଧମାଳ ଫିରିଙ୍ଗିଆରେ ୧୬୧ ଦଶମିକ୍ ୬ ମିଲିମିଟର, ସୁନ୍ଦରଗଡ଼ରେ ଟଙ୍ଗରପାଲିରେ ୧୬୦ ଦଶମିକ୍ ୪ ମିଲିମିଟର ସମ୍ବଲପୁର ଧନକଉଡାରେ ୧୫୯ ମିଲିମିଟରର, ସୁନ୍ଦରଗଡ଼ର ଲେଫ୍ରିପଡାରେ ୧୫୬ ଦଶମିକ୍ ୪ ମିଲିମିଟର, ଜଗତସିଂହପୁର ବାଲିକୁଦାରେ ୧୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳବର୍ତି ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଜାରି ରହିଛି ।