ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖକୁ ବୈଠକ ଡାକିଲେ ବାଚସ୍ପତି । କୋଭିଡ୍ କଟକଣାକୁ ଗୁରୁତ୍ୱ

58

କନକ ବ୍ୟୁରୋ: ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖରେ ବୈଠକ ବସିବା ନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ବୈଠକ ଫେବୃଆରୀ ୧୭ ତାରିଖ ୧୧.୩୦ ମିନିଟ୍ ରେ ବସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଚସ୍ପତି । ହେଲେ ବୈଠକରେ ଉପସ୍ଥିତ ହେବାକୁ ଥିବା ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ । ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ମଧ୍ୟରେ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଏହାସହ ବିଧାନସଭା ପରିସରରେ ସମସ୍ତ କୋଭିଡ୍ କଟକଣା ପାଳନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଏହି ବୈଠକ ଅନୁଷ୍ଠିତ ହେବ ।