କନକ ବ୍ୟୁରୋ: ନେପାଳ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ସମସ୍ତ ୭୨ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ସୂଚନା । ମୃତକଙ୍କ ମଧ୍ୟରେ ୫ଜଣ ଭାରତୀୟ ଓ ୧୦ ଜଣ ବିଦେଶୀ ଯାତ୍ରୀ ଥିବା ଜଣାପଡିଛି ।
ସୂଚନା ମୁତାବକ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏହି ଯାତ୍ରୀବାହୀ ବିମାନ ପୋଖରା ବିମାନବନ୍ଦର ରନୱେରେ ଦୁର୍ଘଟଣାରେ ଶିକାର ହୋଇଥିଲା। ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିଲେ । ଦୁର୍ଘଟଣାରେ ଶିକାର ହୋଇଥିବା ବିମାନଟି ୟେତି ଏୟାରଲାଇନ୍ସର ବୋଲି କୁହାଯାଉଛି ଜଣାପଡିଛି ।
ସୂଚନା ମୁତାବକ ୭୨ ଜଣ ଯାତ୍ରୀ କ୍ଷମତା ଥିବା ଏହି ବିମାନଟି ପୋଖରା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲା। ଏଥିପାଇଁ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/25-8.jpg)