କନକ ବ୍ୟୁରୋ : ଅତିକ ଓ ଅଶରଫକୁ ହତ୍ୟା କରିଥିବା ତିନି ଶୁଟରଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତିନି ଅଭିଯୁକ୍ତଙ୍କୁ ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଦୁଇ ଭାଇଙ୍କୁ ହତ୍ୟା କରିବା ପରେ ତିନି ଅଭିଯୁକ୍ତ ଘଟଣାସ୍ଥଳରେ ଆତ୍ମସମର୍ପଣ କରି ଦେଇଥିଲେ ।

Advertisment

ଏସଟିଏଫ୍ ଓ ଜିଲ୍ଲା ପୋଲିସ ଏହି ତିନି ବନ୍ଧୁକଦାରୀଙ୍କୁ ପ୍ରାୟ ୧୭ ଘଣ୍ଟା ଧରି ପଚରାଉଚରା କରିଥିଲେ । ଏଥିରେ ମୋଟ ୨୨ଟି ପ୍ରଶ୍ନ ପଚରାଯାଇଥିଲା । ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ ଅତିକ ଓ ଅଶରଫ ଯେତେବେଳେ ପୋଲିସ ହେପାଜତକୁ ପଠାଇବା ପାଇଁ ସୂଚନା ମିଳିଲା ।

ସେବେଠାରୁ ସେମାନେ ସ୍ଥାନୀୟ ଗଣମାଧ୍ୟମର ଭିଡ଼ ଭିତରେ ରହି ଦୁଇ ଭାଇଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ସଠିକ୍ ସମୟ ଓ ସୁଯୋଗ ମିଳିଲା ନାହିଁ । ହେଲେ ଶନିବାର ସୁଯୋଗ ମିଳିବା ମାତ୍ରକେ ଅତିକ ଓ ଅଶରଫକୁ ଗୁଳି ମାରିଥିବା ତିନି ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।