ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ ! ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ

46

କନକ ବ୍ୟୁରୋ : ୧୦ଟଙ୍କିଆ କଏନର ଅସଲି ନକଲି ବିବାଦ ଚାଲିଥିବା ବେଳେ ଆରବିଆଇ ସ୍ପଷ୍ଟ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିଥିବା ୧୪ ପ୍ରକାର ୧୦ ଟଙ୍କିଆ କଏନ ସଂପୂର୍ଣ୍ଣ ବୈଧ । ଦେଶର ସମସ୍ତ ବ୍ୟାଙ୍କକୁ ୧୪ ପ୍ରକାର ୧୦ ଟଙ୍କିଆ କଏନ ଗ୍ରହଣ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଗୁଜବ ପ୍ରଚାର ଯୋଗୁଁ ବେପାରୀ ଓ ଜନତା ୧୦ ଟଙ୍କିଆ କଏନ ଗ୍ରହଣ କରୁନଥିବା ଖବର ପାଇ ଆରବିଆଇ ଏପରି ବୟାନ ଜାରି କରିଛି ।

10 rupees coinଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ୧୦ ଟଙ୍କିଆ କଏନ୍ ଗ୍ରହଣ କରିବାକୁ ଅମଙ୍ଗ ହେଉଥିବା ଖବର ପହଞ୍ଚିବା ପରେ ରିଜର୍ଭ ବ୍ୟାଙ୍କ ଏହି ସ୍ପଷ୍ଟୀକରଣ ଜାରି କରିଛି । ଏକ ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୧୦ ଟଙ୍କିଆ କଏନ୍ର ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ କେତେକ ବ୍ୟବସାୟୀ ଏବଂ ସାଧାରଣ ଲୋକ ତାହାକୁ ନେବା ପାଇଁ ମନା କରୁଥିବା ଖବର ଆମ ନଜରକୁ ଆସିଛି । ସମସ୍ତ ୧୪ ପ୍ରକାର ଡିଜାଇନର ୧୦ ଟଙ୍କିଆ କଏନ୍ ବୈଧ ବୋଲି ରିଜର୍ଭ ବ୍ୟାଙ୍କ ଦୋହରାଇଛି ।

ଭାରତ ସରକାର ଉତ୍ପାଦନ କରିଥିବା ଏହି ସବୁ କଏନ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ବଜାରରେ ପ୍ରଚଳନ କରିଛି। ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ଭିନ୍ନ ଭିନ୍ନ ଡିଜାଇନ୍ର ୧୦ ଟଙ୍କିଆ କଏନ୍ ବଜାରକୁ ଛାଡ଼ିଛି । ପ୍ରତି ଡିଜାଇନର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ଛବି ରହିଛି । କାବରାର ବେଳେ କଏନ୍ ଗ୍ରହଣ କରିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଜାରି କରାଯାଇଛି। ୨୦୦୯ରେ ୧୦ ଟଙ୍କିଆର ଦୁଇଟି ଡିଜାଇନ୍, ୨୦୧୦ରେ ୨ଟି ଡିଜାଇନ, ୨୦୧୧, ୨୦୧୨, ୨୦୧୩ ଏବଂ ୨୦୧୪ରେ ଗୋଟିଏ ଲେଖାଏଁ ଡିଜାଇନ, ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପ୍ରତିବର୍ଷ ଦୁଇଟି ଲେଖାଏଁ ଡିଜାଇନର ୧୦ ଟଙ୍କିଆ କଏନ୍ ବଜାରରେ ପ୍ରବେଶ କରାଯାଇଥିଲା ।