ମା’ ହେଲେ ଆଲିଆ ଭଟ୍ଟ, କପୁର ପରିବାରକୁ ଆସିଲା କୁନି ପରୀ ।

3,434

କନକ ବ୍ୟୁରୋ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । କାରଣ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଆଲିଆ । ଏଚଏନ୍ ରିଲାଏନ୍ସ ହସ୍ପିଟାଲରେ ଶିଶୁ କନ୍ୟାର ମା’ ହୋଇଛନ୍ତି ଆଲିଆ ।

କପୁର ପରିବାରକୁ ଆସିଛି କୁନି ପରି । ବାପା, ମା’ ହେବା ପରେ ଆଲିଆ ଓ ରଣବୀରଙ୍କ ଖୁସିର ଠିକଣା ନାହିଁ । ବଲିଉଡର ମୋଷ୍ଟ ଲଭିଙ୍ଗ କପଲ କୁହାଯାଉଥିବା ରଣବୀର-ଆଲିଆଙ୍କୁ ପ୍ରଶଂସକ ଶୁଭେଚ୍ଛା ଜଣାଉଛନ୍ତି ।

ଚଳିତ ବର୍ଷ ଏପ୍ରିଲ ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ କିଛି ଦିନ ପରେ ହିଁ ଆଲିଆ ଅନ୍ତଃସତ୍ତ୍ୱା ଥିବା ଖବର ଶୁଣିବାକୁ ମିଳିଥିଲା । ଆଜି ଆଲିଆ ଝିଅ ହେବା ପରେ ନବଜାତର ଏକ ଝଲକ ଦେଖିବାକୁ ପ୍ରଶଂସକ ଚାହିଁବସିଛନ୍ତି ।