ଜାଣନ୍ତୁ ମଙ୍ଗଳ ଗ୍ରହକୁ ଯିବା ପାଇଁ କେତେ ଟଙ୍କା ଲାଗିବ ଭଡା ?

318

ଗତକାଲି ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ସଫଳତାର ସହ ମଙ୍ଗଳଗ୍ରହର ଭୁପୃଷ୍ଠରେ ଅବତରଣ କରିଛି ‘ଇନସାଇଟ ପ୍ରୋବ’ ସାଟେଲାଇଟ୍ । ଅନ୍ୟପଟେ ଏଲନ୍ ମସ୍କ ମଙ୍ଗଳ ଗ୍ରହକୁ ଯିବା ପାଇଁ କେତେ ଟଙ୍କା ଲାଗିବ ସେନେଇ ସୂଚନା ଦେଇଛନ୍ତି । ମସ୍କ କହିଛନ୍ତି ଆମେରିକାରେ ଏକ ଘର କିଣିବା ପାଇଁ ଯେତିକି ଟଙ୍କା ଲାଗିବ ମଙ୍ଗଳ ଗ୍ରହକୁ ଯିବା ପାଇଁ ପାଖାପାଖି ସେତିକି ଟଙ୍କା ଲାଗିବ । ସ୍ପେଶ ଏକ୍ସର ପ୍ରମୁଖ ମସ୍କଙ୍କର ଯୋଜନା ହେଉଛି, ୨୦୨୨ ସୁଦ୍ଧା ଏକ କାର୍ଗୋ ମିଶନ ମଙ୍ଗଳଗ୍ରହକୁ ପ୍ରେରଣ କରିବା ।

ଏହାର ଦୁଇ ବର୍ଷ ପରେ ତାଙ୍କର ଅନ୍ତରୀକ୍ଷ ଯାନ ମନୁଷ୍ୟକୁ ନେଇ ମଙ୍ଗଳଗ୍ରହରେ ପହଞ୍ଚିବ । ସେ କହିଛନ୍ତି ମଙ୍ଗଳଗ୍ରହକୁ ଯିବା ପାଇଁ ପାଖାପାଖି ଦୁଇ ଲକ୍ଷ ଡଲାର ଲାଗିବ । ଯାହାକି ଭାରତୀୟ ମୁଦ୍ରାରେ ୧.୪୧ କୋଟି ଟଙ୍କା ଅଟେ । ତେବେ ମସ୍କଙ୍କ କହିବା କଥା, ମଙ୍ଗଳଗ୍ରହରେ ମନୁଷ୍ୟ ସଭ୍ୟତା ସ୍ଥାପନ କରାଯାଇପାରିବ । ସୂଚନା ଅନୁଯାୟୀ, ଗତକାଲି ସଫଳତାର ସହ ମଙ୍ଗଳଗ୍ରହର ଭୁପୃଷ୍ଠରେ ଅବତରଣ କରିଥିଲା ‘ଇନସାଇଟ ପ୍ରୋବ’ । ଏଣିକି ମଙ୍ଗଳ ଗ୍ରହରୁ ଆସିବ ନୂଆ ନୂଆ ତଥ୍ୟ । ତେବେ ସଫଳ ଅବତରଣ ନେଇ ସୂଚନା ମିଳିବା ପରେ ଝୁମି ଉଠିଥିଲେ ନାସା ମିସନ କଂଟ୍ରୋଲ ରୁମ୍ରେ ଥିବା ବିଜ୍ଞାନୀ ଏବଂ ଏହି ଅଭିଯାନକୁ ଦେଖିବା ପାଇଁ ଦର୍ଶକ ଗ୍ୟାଲେରିରେ ବସିଥିବା ଲୋକେ ।