ବଲିଉଡର ଖିଲାଡି ଷ୍ଟାର ଅଭିନେତା ଅକ୍ଷୟ କୁମାର । ଦର୍ଶକଙ୍କୁ ଫିଲ୍ମ ରୁସ୍ତମର ସଫଳ ଭେଟି ପରେ ଏବେ ପୁଣି ନଜର ଆସିବେ ଆଉ ଏକ ଦମଦାର ଫିଲ୍ମରେ । ଟ୍ୱିଟ୍ କରି ଏହା ନିଜେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି ଅକ୍ଷୟ । ସିବମ୍ ନାୟରଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ନାମ୍ ଶବାନା’ ରେ ନଜର ଆସୁଛନ୍ତି ।
ଅକ୍ଷୟ କୁମାର ଫିଲ୍ମର କ୍ଲାପବୋର୍ଡକୁ ସେୟାର କରି ଲେଖିଛନ୍ତି ଯେ “ଭାରତୀୟ ସିନେମାରେ ପ୍ରଥମଥର ଏକ ଅଦଭୂତ ପ୍ରୟାସ କରାଯାଇଛି । ସମସ୍ତଙ୍କୁ ଚକିତ କରି ସିନେମା ‘ନାମ୍ ଶବାନା’ ଆସନ୍ତା ବର୍ଷରେ ରିଲିଜ ହେବାକୁ ଯାଉଛି” ।
ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ବି ଅଭିନୟ କରୁଛନ୍ତି ଏବଂ ଏହି ଫିଲ୍ମ ‘ନାମ୍ ଶବାନା’ ୨୦୧୫ର ଫିଲ୍ମ ବେବିର ଏକ ସିକ୍ୱେଲ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/akshay-kumar-taapsee-pannu.jpg)