ଧନୁଯାତ୍ରାର ଅଷ୍ଟମ ଦିନରେ କଂସଙ୍କ ଚିଟାଉ ନେଇ ଗୋପପୁରରେ ପହଂଚିଛନ୍ତି ଅକ୍ରୁର: ଯମୁନା ନଦୀ ବାଲିରେ କୃଷ୍ଣଙ୍କ ପାଦଚିହ୍ନ ଦେଖି ହୋଇଛନ୍ତି ଆତ୍ମବିଭୋର

72

କନକ ବ୍ୟୁରୋ: ମହାରାଜ କଂସଙ୍କ ଚିଟାଉ ଧରି ଅକ୍ରୁର ଗୋପପୁର ଯିବା ସମୟରେ ଯମୁନା ବାଲିରେ କୃଷ୍ଣଙ୍କ ପାଦ ଚିହ୍ନ ଦେଖି ବିଭୋର ହୋଇଯାଇଛନ୍ତି ପୂର୍ବତନ ମନ୍ତ୍ରୀ । ପାଦ ଚିହ୍ନ ଦେଖି ମହାପ୍ରଭୁଙ୍କୁ ବନ୍ଦନା କରିବା ସହ ଗୋପପୁରରେ ପ୍ରବେଶ କରିବା ପରେ ସାକ୍ଷାତ ପ୍ରଭୁଙ୍କ ଦର୍ଶନ ମିଳୁଛି । ଗୋପ ବାଳକଙ୍କ ସହ ଖେଳୁଛନ୍ତି ଶ୍ରୀକୃଷ୍ଣ । ଅକ୍ରୁରଙ୍କ ପାଦ ଗୋପପୁରରେ ପଡ଼ିବା ପରେ ଆରମ୍ଭ ହୋଇଯାଇଛି କୃଷ୍ଣ ବଳରାମଙ୍କ ବିଦାୟ ବେଳା । କଂସ ମାମୁଁର ଚିଟାଉ ପାଇଁ ଧନୁଯାତ୍ର ଦେଖିବାକୁ ମଥୁରାପୁର ଅଭିମୁଖେ ଯିବା ପାଇଁ ମନ ବଳାଇଛନ୍ତି ବେନିଭାଇ ।

ଏପଟେ ମହାରାଜ କଂସ ସ୍ୱର୍ଗପୁରୀକୁ ଆକ୍ରମଣ କରି ମଥୁରନଗରକୁ ଫେରିଛନ୍ତି । ମଥୁରାପୁରରେ ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ସୁଖ-ଦୁଃଖ ବୁଝିଛନ୍ତି । ହେଲେ ଏସବୁ ଭିତରେ ମନରୁ ଯାଇନି ମୃତ୍ୟୁର ଭୟ । କେମିତି କୃଷ୍ଣ-ବଳରାମଙ୍କୁ ହତ୍ୟା କରି ନିଷ୍କଂଟକ ରାଜଭୋଗ କରିବେ ତାକୁ ନେଇ ବିବ୍ରତ ହୋଇପଡ଼ୁଛନ୍ତି । ଗୋପପୁରରୁ କୃଷ୍ଣ-ବଳରାମ ଆସିବା ପରେ ହତ୍ୟା କରିବା ପାଇଁ ନା-ନା କୌଶଳ ପ୍ରସ୍ତୁତ କରି ରଖିଛନ୍ତି ମଥୁରା ନରେଶ ।

ଏସବୁ ଭିତରେ ଧନୁଯାତ୍ରାର ନବମ ଦିନରେ ମହାରାଜ କଂସ ନଗର ଭ୍ରମଣ, ରୁଷିମୁନିଙ୍କ ଉପରେ ଅତ୍ୟାଚାର, କୃଷ୍ଣ-ବଳରାମଙ୍କ ଗୋପପୁରରୁ ବିବାୟ ଆଦି ଦୃଶ୍ୟ ଅଭିନୀତ ହେବ ।