ଅଖିଳେଶ ଯାଦବଙ୍କ ବଡ ଘୋଷଣା: ୨୦୨୨ରେ ଲଢିବେନି ବିଧାନସଭା ନିର୍ବାଚନ 

175

କନକ ବ୍ୟୁରୋ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ ଆଗାମୀ ୨୦୨୨ ସାଧାରଣ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ୨୦୨୨ରେ ଉତ୍ତର ପ୍ରଦେଶରେ ସାଧାରଣ ନିର୍ବାଚନ ଆରମ୍ଭ ହେବ । ଏଥିପାଇଁ ବିଭିନ୍ନ ଦଳ ଏବେଠୁ ପ୍ରସ୍ତୁତ ଆରମ୍ଭ କଲେଣି ।

ଏକ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି, ରାଷ୍ଟ୍ରିୟ ଲୋକ ଦଳ ଓ ତାଙ୍କ ମଧ୍ୟରେ ଗଠବନ୍ଧନ ହୋଇ ସାରିଛି, ଖାଲି ଆସନ ବଣ୍ଟା ବାକି ରହିଛି । ତେବେ ଏହି ପ୍ରତିକ୍ରିୟା ସେତେବେଳେ ଆସିଥିଲା ଯେତେବେଳେ ଆରଏଲଡିର ଜୟନ୍ତ ଚୌଧୁରୀ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ । ଏଥିରୁ ଅନୁମାନ କରି ହେଉଛି ଗଠବନ୍ଧନ ସମୀକରଣରେ ବଡ ଧରଣର ଅଦଳବଦଳ ହୋଇପାରେ ।

ରବିବାର ଜିନ୍ନାଙ୍କ ଉପରେ ଏକ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଅଥିଳେଶ । ଏଥିରେ ସେ ଗାନ୍ଧୀ, ନେହେରୁଙ୍କ ଭଳି ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଥିଲେ । ଏହି ବୟାନକୁ ନେଇ ଏବେ ବିଜେପି ତାଙ୍କୁ ଟାର୍ଗେଟ କରିଛି । ଆଉ ମୁଖ୍ୟମନ୍ତ୍ରୀ ଯୋଗୀ ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।