ଚଳିତମାସ ଜିଓ ଲଂଚ କରିବାକୁ ଯାଉଛି ୫ଜି ସେବା, ଜାଣନ୍ତୁ କେଉଁ ତାରିଖରେ ହେବ ଲଂଚ୍

407

କନକ ବ୍ୟୁରୋ : କିଛିଦିନ ତଳେ ଦେଶରେ ୫ଜି ସେବା ନେଇ ନିଲାମୀ ସମାପ୍ତ ହୋଇଛି । ନିଲାମୀ ପରେ ପ୍ରଥମେ ଜିଓ ସାରା ଦେଶରେ ୫ଜି ସେବା ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ହେଲେ ଅନ୍ୟ କମ୍ପାନୀମାନଙ୍କ ଭଳି ଜିଓ ୫ଜି ସେବାର ଟ୍ରାଏଲ ଓ ପ୍ଲାନକୁ ନେଇ ବିଶେଷ କିଛି ସୂଚନା ଦେଇନାହିଁ ।

ହେଲେ ରିଲିଆନ୍ସ ଜିଓର ଚେୟାରମ୍ୟାନ ଆକାଶ ଆମ୍ବାନୀ କିଛି ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜିଓ ସାରା ଦେଶରେ ଗ୍ରାହକମାନଙ୍କୁ ୫ଜି ସେବା ଯୋଗାଇ ଦେବ । ଏହି କଥାକୁ ନଜର କଲେ ଅନୁମାନ କରାଯାଉଛି କି , ସ୍ୱାଧୀନତା ଦିବସ ଅବସରରେ ଜିଓ ୫ଜି ସେବା ଲଂଚ କରିପାରେ ।

କହିରଖୁ କି ଆକାଶ ଅମ୍ବାନୀଙ୍କ କହିବା ମୁତାବକ ଜିଓ ତରଫରୁ ତାର ଗ୍ରାହକମାନଙ୍କୁ ୩ ପ୍ରକାର ୫ଜି ସେବା ଯୋଗାଇ ଦେବ । ଏହା ମଧ୍ୟରେ ୱାର୍ଲ୍ଡ କ୍ଲାସ, ଅଫୋର୍ଡେବଲ ଓ ଏନେବଲ୍ଡ ସେବା ଯୋଗାଇ ଦେବ ।

ସୂଚନା ଥାଉକି ୫ଜି ସ୍ପେକ୍ଟ୍ରମ ନିଲାମୀରେ ଜିଓ ୮୮,୦୭୮ କୋଟି ଟଙ୍କା ଖର୍ଚ୍ଚ କରିଛି । ସେପଟେ ଏପର୍ଯ୍ୟନ୍ତ ଯେଉଁ କମ୍ପାନୀମାନେ ୫ ଜି ନେଟୱର୍କ ଟ୍ରାଏଲ କରିଛନ୍ତି ସମସ୍ତଙ୍କୁ ଡିପାର୍ଟମେଣ୍ଟ ଅଫ୍ ଟେଲିକମୁନିକେସନ ସ୍ପେକ୍ଟ୍ରମ ଯୋଗାଇ ଦେଇଛି । ସେପଟେ ଅଗଷ୍ଟ ୧୫ରେ ୫ଜି ଲଂଚ ହେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ମାର୍କେଟରେ ୫ ଜି ସିମ୍ ଉପଲବ୍ଧ ହୋଇନାହିଁ ।