କନକ ବ୍ୟୁରୋ : ଖୁବଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିବେ । ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ଏକନାଥ ସିନ୍ଦେଙ୍କୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ । ଏକନାଥ ସିନ୍ଦେ ଓ ତାଙ୍କ ସହ ଯାଇଥିବା ୧୬ ବିଧାୟକ ଅଯୋଗ୍ୟ ସାବ୍ୟସ୍ତ ହେବେ । ସେଥିପାଇଁ ଅଜିତ ପାୱାରଙ୍କୁ ନିଜ ସରକାରରେ ସାମିଲ କରିଛି ବିଜେପି । କେବଳ ଏତିକି ନୁହେଁ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିଛି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାୱତ ।
ଏହାସହ ସଞ୍ଜୟ କହିଛନ୍ତି, ଆଜି ଗୁରୁପୂର୍ଣ୍ଣିମା । କିନ୍ତୁ ଗତକାଲି ଏନସିପି ନେତା ଗୁରୁଙ୍କ ସହ ବେଇମାନି କରିଛନ୍ତି । ଏହା ମହାରାଷ୍ଟ୍ର ରାଜନୀତିର କଳାଦିନ । ଯେଉଁ ନେତା ଦୁର୍ନୀତିଗ୍ରସ୍ତ ସେମାନେ ଜେଲରେ ରହିବା କଥା କିନ୍ତୁ ସେମାନେ ଏବେ ସରକାରରେ । ବିଜେପି ଏମଭିଏକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କାରଣ ଉଭୟ ଶିବସେନା ୟୁବିଟି ଓ ଏନସିପି ତୃଣମୂଳସ୍ତରରେ ବେଶ ସୁଦୃଢ ଓ ସଙ୍ଗଠିତ । ଯେହେତୁ ବିଜେପି ପାଖରେ କୌଣସି ମୁଦ୍ଦା ନାହିଁ ତେଣୁ ସେ ଦଳ ଏଭଳି କରୁଥିବା କହିଛନ୍ତି ସଞ୍ଜୟ ।
ଅନ୍ୟପଟେ ଅଜିତ ପାୱାର ୯ ବିଧାୟକଙ୍କ ସିନ୍ଦେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶରଦ ପାୱାର ଏନସିପିକୁ ବଞ୍ଚାଇବାକୁ ଜି ଜାନ ଲଗାଇ ଦେଇଛନ୍ତି । ଶରଦ ପାୱାର ସତାରାରେ ଶକ୍ତି ପ୍ରଦର୍ଶନ କରିବାକୁ ମୈଦାନକୁ ଓହ୍ଳାଇଛନ୍ତି । ବାଇକ ରାଲି ସହ ଶରଦ ପାୱାର ଏନସିପି କର୍ମୀଙ୍କୁ ସମ୍ବୋଧିତ କରିବେ । ସେହିଭଳି ଏନସିପିର ବିଧାୟକ କହିଛନ୍ତି, ଆମେ ଶରଦ ପାୱାରଙ୍କ ସାଥୀରେ ଅଛୁ । ଗତକାଲି ଆମେ ଶପଥଗ୍ରହଣ ବେଳେ ରାଜଭବନରେ ଉପସ୍ଥିତ ଥିଲୁ ସତ କିନ୍ତୁ ଆଜି ଆମେ ଶରଦ ପାୱାରଙ୍କ ସାଥୀରେ ଅଛୁ । ଦଳର ବିଧାୟକ ଦୌଲତ ଦରୋଡା କହିଛନ୍ତି, ମୋତେ ମଧ୍ୟ ମନ୍ତ୍ରୀପଦ ଅଫର ମିଳିଥିଲା । କିନ୍ତୁ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିଲେ ସେ ସରକାରରେ ମନ୍ତ୍ରୀ ରହିବିନି ବୋଲି ସ୍ପଷ୍ଟ କରିଥିଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/13_00000-2.jpg)