ଅଜୟ କୋଠିଆଲ ବିଜେପିରେ ସାମିଲ । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ଅଜୟ ।

174

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅଜୟ କୋଠିଆଲ ବିଜେପିରେ ସାମିଲ ହୋଇଛନ୍ତି । ବିଧିବଦ୍ଧ ଭାବେ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା । ନିର୍ବାଚନରେ ଆପର ପ୍ରଦର୍ଶନ ସେତେ ଭଲ ନଥିଲ।। କିଛି ଦିନ ତଳେ ସେ ଆପରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ବିଜେପିର ହାତ ଧରିଛନ୍ତି ।