ଅଭିଷେକଙ୍କ ଖୁଲାସା ! କହିଲେ, ଫିଟ୍ ରହିବାକୁ ଐଶ୍ୱର୍ଯ୍ୟା କରନ୍ତି ଏଭଳି କାମ

ଅଭିଷେକଙ୍କ ଖୁଲାସା ! କହିଲେ, ଫିଟ୍ ରହିବାକୁ ଐଶ୍ୱର୍ଯ୍ୟା କରନ୍ତି ଏଭଳି କାମ

Source; .dnaindia.com

ବଲିଉଡ୍ ଦୁନିଆର ଲୋକପ୍ରିୟ ନାୟିକା ତଥା ବ୍ରାହ୍ମାଣ୍ଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ୧ ନଭେମ୍ବରରେ ୪୪ ବର୍ଷରେ ପାଦ ଦେଇଛନ୍ତି ଆଉ ତାଙ୍କର ଏହି ଜନ୍ମ ଦିନ ଅବସରରେ ସ୍ୱାମୀ ଅଭିଷେକ ବଚ୍ଚନ ତାଙ୍କ ବିଷୟରେ କିଛି ନୂଆ କଥା କହିଛନ୍ତି ।

ସୂଚନା ମୁତାବକ, ଅଭିଷେକ କହିଛନ୍ତି କି, ଐଶ୍ୱର୍ଯ୍ୟା ଜଣେ ଭଲ ମାଆ ହେବାର ଦାୟତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ତୁଲାଇଛନ୍ତି । ଏବଂ ଆରଧ୍ୟାକୁ ମଧ୍ୟ ବହୁତ ଭଲ ପାଆନ୍ତି । ଖାଲି ଏତିକି ନୁହେଁ ,ଐଶ୍ୱର୍ଯ୍ୟା ଯେତେବେଳେ ତାଙ୍କ ଆରଧ୍ୟାକୁ ଜନ୍ମ ଦେଇଥିଲେ ସେତେବେଳେ ଗଣମାଧ୍ୟମ ତାଙ୍କର ଓଜନକୁ ନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ଏହାକୁ ଜରୁରୀ ବୋଲି ଭାବେ ନଥିଲେ ଐଶ୍ୱର୍ଯ୍ୟା ।

ସେହିପରି ତାଙ୍କ ବିଷୟରେ ଆଉ ଗୋଟିଏ କଥା ଅଭିଷେକ କହିଥିଲେ, ଯେ ଐଶ୍ୱର୍ଯ୍ୟା କେବେ ଜିମ୍ ଯାଆନ୍ତି ନାହିଁ, କିନ୍ତୁ ଧୁମ୍ ୨ର ସୁଟିଂ ସମୟରେ ମୁଁ ଏବଂ ହ୍ରିର୍ତିକ୍ ତାଙ୍କୁ ଯିବା ପାଇଁ ବାଧ୍ୟ କରିବାରୁ ସେ ସେହି ସମୟରେ ହିଁ ଜିମ୍ ଯାଉଥିଲେ । କିଛି ଜିନିଷକୁ ନେଇ ସେ କେବେ ଦାବି କରନ୍ତି ନାହିଁ ଆଉ ଐଶ୍ୱର୍ଯ୍ୟାଙ୍କ ଏହି ଗୁଣ ପାଇଁ ହିଁ ତାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଅଭିଷେକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe