ପଦାରେ ପଡ଼ିଲା ପାକିସ୍ତାନର ମହାମିଛ । ତଥ୍ୟ ପ୍ରମାଣ ସହ ଆଇନା ଦେଖାଇଲା ବାୟୁସେନା ।

284

କନକ ବ୍ୟୁରୋ: ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା । ଭାରତ-ପାକ୍ ମଧ୍ୟରେ ପାଇଲଟ୍ ଅଭିନନ୍ଦନଙ୍କୁ ଫେରାଇ ଆଣିବା ନେଇ ସାରା ଦେଶରେ ଯେଉଁ ଉଦବେଗ ପ୍ରକାଶ ପାଇଥିଲା ସେନେଇ ନୂଆ ତଥ୍ୟ ଦେଇଛନ୍ତି ଭାରତୀୟ ବାୟୁସେନା । ଯାହାକି ସାରା ବିଶ୍ୱକୁ ପାକିସ୍ତାନର ମିଛକୁ ଧରା ପକାଇ ଦେଇଛି । ଏପରିକି ଭାରତୀୟ ବାୟୁସେନା ପୂରା ପ୍ରମାଣ ସହିତ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛନ୍ତି ତିନି ସେନା ।  

ମିଳିତ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ମିଥ୍ୟାର ପର୍ଦ୍ଦାଫାଶ କରିଛନ୍ତି ତିନି ସେନା । କହିଛନ୍ତି ଯେ, ଗତକାଲି ଘଟଣାରେ ଜଣେ ପାଇଲଟଙ୍କୁ ପାକିସ୍ତାନ ନିଜ କବଜାକୁ ନେଇଗଲା । ପ୍ରଥମେ ପାକିସ୍ତାନ ଦୁଇ ବିମାନ ନଷ୍ଟ ଏବଂ ଦୁଇ ଜଣ ପାଇଲଟଙ୍କୁ ଗିରଫ କରିଥିବା କହିଥିଲା । ହେଲେ ପରେ ବୟାନ ବଦଳାଇ କହିଥିଲା ଯେ କେବଳ ଜଣେ ପାଇଲଟ ତାଙ୍କ କବଜାରେ ଅଛନ୍ତି । ଏପରିକି ପାକିସ୍ତାନ ଆମ ମିଲିଟାରୀ ବେସକୁ ଟାର୍ଗେଟ୍ କରିନଥିବା କହିଥିଲା। କିନ୍ତୁ ଆଜି ପାକ୍ ବିମାନରେ ଲାଗିଥିବା ମିଜାଇଲର ଭଗ୍ନାଂଶ ସାମ୍ବାଦିକ ସମ୍ମିଳନୀରେ ବାୟୁସେନା ପକ୍ଷରୁ ରାଜୌରୀରୁ ମିଳିଥିବା ପାକିସ୍ତାନର ଏଫ-୧୬ ବିମାନର ଭଗ୍ନାଅଂଶକୁ  ପ୍ରକାଶିତ କରାଯାଇଛି । ଯାହା ପାକିସ୍ତାନର ଅସଲ ଚେହେରା ସାରା ବିଶ୍ୱଦରବାରରେ ପ୍ରମାଣିତ କରିଛି ।

ସେହିପରି ବାୟୁସେନାର ଭାଇସ ମାର୍ସଲ ଆର,ଜି.କେ କପୁର କହିଛନ୍ତି ଯେ ଫେବୃୟାରୀ ୨୭ରେ ପାକିସ୍ତାନର ଏଫ-୧୬ ବିମାନ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଭିତରକୁ ଆସିଥିଲେ ଏବଂ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଥିଲେ । ବାୟୁସେନା ଏହାର ମୁକାବିଲା କରି ପାକିସ୍ତାନର ଗୋଟିଏ ଏଫ-୧୬ ବିମାନକୁ ମାରି ଖସାଇଦେଲୁ। ଜବାବରେ ଆମର ମଧ୍ୟ ଏକ ମିଗ-୨୧ କ୍ଷତିଗ୍ରସ୍ତ ହେଲା । ଏବଂ ଭାରତୀୟ ପାଇଲଟ ପାରାଚ୍ୟୁଟ ମାଧ୍ୟମରେ ଯାଇ ପିଓକେରେ ଓହ୍ଲାଇଥିଲେ। ତେବେ ଏଭଳି କ୍ଷେତ୍ରରେ ଭାରତୀୟ ବାୟୁସେନାର ପ୍ରମାଣ ସାରା ବିଶ୍ୱକୁ ପାକିସ୍ତାନର ଦୋ-ମୁହାଁ ନୀତିକୁ ପଦାରେ ପକାଇଛି । 

ସେପଟେ ଚାପ ପଡ଼ିବା ପରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକ୍ ଆସନ୍ତାକାଲି ଛାଡ଼ିବ। ଆମେ ଏହାକୁ ସ୍ଵାଗତ କରୁଛୁ । ସଫଳ ବାଲାକୋଟ ଏୟାର ଷ୍ଟ୍ରାଇକର ପ୍ରମାଣ ଆମ ପାଖରେ ରହିଛି, ମାତ୍ର କେତେବେଳେ ଓ କେମିତି  ପ୍ରକାଶ କରାଯିବ, ତାହା ସରକାର ନିଷ୍ପତ୍ତି ନେବେ ଏହାର ପରବର୍ତ୍ତୀ ଅବସ୍ଥାକୁ ଆମେ ଅପେକ୍ଷା କରିଛୁ ବୋଲି କହିଛନ୍ତି ତିନି ସେନା ।