କନକ ବ୍ୟୁରୋ : ରାଜ୍ୟର ଆଉ ସହରକୁ ଆରମ୍ଭ ହେବ ବିମାନ ସେବା । ଆସନ୍ତା ଅକ୍ଟୋବର ୩୧ ତାରିଖ ସୋମବାର ଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବମାନ । ଏନେଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ଜୟପୁର ଯିବାକୁ ଥିବା ବେଳେ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି ।
ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଉଭୟ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଟିକେଟର ମୂଲ୍ୟ ୯୯୯ ରଖାଯାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଝାରସୁଗଡା ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା । ଆଉ ଏବେ ଜୟପୁରକୁ ବିମାନ ଉଡିବ ।

Advertisment