ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ପକାଇପାରେ ବଡ ଧରଣର କୁପ୍ରଭାବ : ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ବାୟୁ ପ୍ରଦୂଷଣର ସାଂଘାତିକ ପ୍ରଭାବ ।

136

ବାୟୁପ୍ରଦୂଷଣ ଜନିତ ସମସ୍ୟା ଦ୍ୱାରା ସାରା ପୃଥିବୀ ଜର୍ଜରିତ। ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରାଯିବା ଆବଶ୍ୟକ, ଆସନ୍ତୁ ଜାଣିବା…

• ପ୍ରଥମ କଥା ହେଲା ଘରୁ ବାହାରିବା ବେଳେ ମୁହଁରେ ମାସ୍କ ଲଗାନ୍ତୁ। ତା’ ବ୍ୟତୀତଆଖିରେ ଚଷମା ମଧ୍ୟ ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ ଲାଗିଥିବା ମାସ୍କକୁ ବାରମ୍ବାର ଛୁଇଁବା ଅନୁଚିତ।

• ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରିବା ବି ଠିକ୍ ନୁହେଁ। ଏହାଦ୍ୱାରା ଭାଇରସ ଓ ଅନ୍ୟ କେତେକ ପ୍ରକାରର ସଂକ୍ରମଣର ଶିକାର ହୋଇପାରନ୍ତି।

• ଘରର ଆଗପଛ ଅଞ୍ଚଳକୁ ଓଦା କରି ରଖନ୍ତୁ। ଏହାଦ୍ୱାରା ଧୂଳିକଣା ଘରେ ପ୍ରବେଶ କରିବ ନାହିଁ କି ଆପଣ ପ୍ରଦୂଷଣ ଗ୍ରସ୍ତ ହେବେ ନାହିଁ। ଏହାଛଡ଼ା ଘରର ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ।

• ଯଦି ପ୍ରଦୂଷଣରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଅଳ୍ପ ଗୁଡ଼ ନିଶ୍ଚିତ ଖାଆନ୍ତୁ। ଠିକ୍ ସେହିପରି ପ୍ରତିଦିନ ଏକ ଗ୍ଲାସ ଗରମ କ୍ଷୀର ପିଇବା ବି ଉଚିତ। ପ୍ରଦୂଷଣର କୁପ୍ରଭାବରୁ ରକ୍ଷା ପାଇବା ଲାଗି ପ୍ରତିଦିନ ଅଧିକ ପରିମାଣରେ ଜଳ ପିଅନ୍ତୁ। ଠିକ୍ ସେହିପରି ତୁଳସୀପତ୍ରକୁ ପାଣିରେ ମିଶାଇ ପିଇଲେ ମଧ୍ୟ ପ୍ରଦୂଷଣର କୁପ୍ରଭାବ ଶରୀର ଉପରେ ପଡ଼ିନଥାଏ। ଠିକ୍ ସେହିପରି ଉଷୁମ ଜଳ ପିଇଲେ ବି ସେହି ଲାଭ ମିଳିଥାଏ।