ବାୟୁସେନାରେ ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ, ଡିକେ ପଟ୍ଟନାୟକ ସିଲଂରେ ନୂତନ ଇଷ୍ଟର୍ନ ଏୟାର କମାଣ୍ଡର ନିଯୁକ୍ତ

131

କନକ ବ୍ୟୁରୋ : ବାୟୁସେନାରେ ଚମକିଲେ ଓଡିଆ ପୁଅ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ପୂର୍ବ ବାୟୁ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି ।  ଡିକେ ପଟ୍ଟନାୟକ ଖଡକୱାସାଲାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ଜଣେ ପୂର୍ବତନ ଛାତ୍ର । ସେ ୧୯୮୪ ମସିହାରେ ଭାରତୀୟ ବାୟୁସେନାର ଜଣେ ଯୁଦ୍ଧ ବିମାନ ପାଇଲଟ ଭାବେ ଯୋଗ ଦେଇଥିଲେ ।

ସୂଚନା ଥାଉକି କାର୍ଗିଲ ଯୁଦ୍ଧ ସମୟରେ ଅନେକ ଅପରେଶନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ଡିକେ ପଟ୍ଟନାୟକ । ସେତେବେଳେ ସେ ଅନେକ ଦୁସାହସିକ କାମ କରି ପାକିସ୍ତାନ ସୈନ୍ୟଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ପକ୍ଷରୁ ବାୟୁସେନା ସାହସିକତା ପଦକ ମିଳିଥିଲା । ଏକ ସ୍କ୍ୱାନ୍ ଏଲଡିଆର ଭାବେ ଡିକେ ପଟ୍ଟନାୟକ ୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

 

ଏହି ଅଧିକାରୀ ଜଣଙ୍କ ଏୟାର ଫୋର୍ସ ମୁଖ୍ୟ କାର୍ଯ୍ୟାଳୟ, ଅପରେସନାଲ କମାଣ୍ଡାସ ସହିତ ମୁଖ୍ୟାଳୟ ପରିସଂଖ୍ୟାନ ଫୋର୍ସ କମାଣ୍ଡରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।