ଆଜିଠୁ ଖୋଲିଲା ଭୁବନେଶ୍ୱର ଏମ୍ସ ଓପିଡି : କରୋନାର ଦ୍ୱିତୀୟ ଲହର ଯୋଗୁଁ ଏପ୍ରିଲ ୨୬ରୁ ବନ୍ଦ ଥିଲା ବର୍ହିବିଭାଗ

71

କନକ ବ୍ୟୁରୋ : ଆଜିଠାରୁ ଖୋଲିଛି ଭୁବନେଶ୍ୱର ଏମ୍ସ ଓପିଡି । କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ବର୍ହିବିଭାଗ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ତାଲାବନ୍ଦ ଖୋଲିବାର ପରବର୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହି ର୍ବିଭାଗ ଧୀରେ ଧିରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ । ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏପ୍ରିଲ ୨୬ ତାରିଖରୁ ଅସ୍ଥାୟୀ ଭାବେ ଓପିଡିକୁ ବନ୍ଦ ରଖାଯାଇଥିଲା ।