କନକ ବ୍ୟୁରୋ: ଟି୨୦ ବିଶ୍ୱକପରେ ଭାରତ ୫ ୱିକେଟରେ ପରାସ୍ତ ହୋଇଛି । ମିଲର ଓ ମାକ୍ରମଙ୍କ ଦମଦାର ବ୍ୟାଟିଂ ଏବଂ ପୂର୍ବରୁ ଏନଗିଡିଙ୍କ ଜବରଦସ୍ତ ବୋଲି ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ମାକ୍ରମ ୫୨ ରନ କରିଥିବା ବେଳେ ମିଲର ୫୯ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିଭଳି ଭାରତ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୨ଟି ସଫଳତା ପାଇଥିବା ବେଳେ ସାମି, ପାଣ୍ଡ୍ୟା, ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୩୩ ରନ କରିଥିଲା । ଏହାର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଲୁଙ୍ଗି ଏନଗିଡି ସର୍ବାଧିକ ୪ ସଫଳତା ପାଇଥିଲେ । ସେହିଭଳି ପାର୍ନେଲ ୩ଟି ୱିକେଟ ହାସଲ କରିଥିଲେ । ଭାରତ ଏହି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସିଛି । ୩ମ୍ୟାଚରୁ ଦଳ ୨ ବିଜୟ ଗୋଟିଏ ପରାଜୟ ସହ ୪ ପଏଣ୍ଟ ହାସଲ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/FgUxKz-aEAAGUVl.jpg)