ବଜେଟକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚାଷୀଙ୍କ ପ୍ରତି ବଜେଟରେ ଅପମାନ ହୋଇଛି ।

ଏହି ବଜେଟରେ ବେକାରୀ ସମସ୍ୟାକୁ ଦୂର କରିବାପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ ବରଂ ନିର୍ବାଚନ ଥିବା ଯୋଗୁଁ ଏଭଳି ବିଭିନ୍ନ ଘୋଷଣାମାନ କରାଯାଇଛି ବୋଲି କଟାକ୍ଷ କରିଛନ୍ତି ରାହୁଲ ।

434

କନକ ବ୍ୟୁରୋ: ଲୋକସଭାରେ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଆଗତ ହେବାପରେ ରାଜନୀତି ସରଗରମ ହୋଇଛି । ବଜେଟ୍ କୁ ନେଇ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ, ମୋଦି ସରକାର ବଜେଟରେ ଚାଷୀକୂଳକୁ ଅପମାନିତ କରିଛନ୍ତି । ଏହି ବଜେଟ କେବଳ ଘୋଷଣା ସର୍ବଶ୍ୱ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ।

ଏପରିକି ଗତକାଲି ଏନଏସଏସଓ ତରଫରୁ ଦେଶରେ ବେକାରୀ ସଂଖ୍ୟା ବୃଦ୍ଧି ନେଇ ଯେଉଁ ରିପୋର୍ଟ ଆସିଥିଲା ତାହା ମୋଦି ସରକାରଙ୍କ ଅସଲ ଚେହେରା ପଦାରେ ପକାଇଛି । ଦୀର୍ଘ ୪୫ ବର୍ଷର ରେକର୍ଡ଼ ଭାଙ୍ଗି ବେକାରୀ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଯେଉଁ ସୁନାମ ଅର୍ଜନ କରିଛନ୍ତି ମୋଦି ସରକାର ତାହାର ଜବାବ ଦେବେ ଦେଶବାସୀ ବୋଲି କହିଛନ୍ତି ରାହୁଲ । ଏହି ବଜେଟରେ ବେକାରୀ ସମସ୍ୟାକୁ ଦୂର କରିବାପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ ବରଂ ନିର୍ବାଚନ ଥିବା ଯୋଗୁଁ ଏଭଳି ବିଭିନ୍ନ ଘୋଷଣାମାନ କରାଯାଇଛି ବୋଲି କଟାକ୍ଷ କରିଛନ୍ତି ରାହୁଲ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଆଗାମୀ ନିର୍ବାଚନରେ ମୋଦି ସରକାରଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବ କଂଗ୍ରେସ ବୋଲି କହିଛନ୍ତି ରାହୁଲ । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥନ ଭଳି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହଟାଇ ହାତକୁ ମଜଭୁତ କରିଛି କଂଗ୍ରେସ । ସେହିଭଳି ଅନେକ ଦେଶରୁ ମୋଦି ସରକାର ହଟାଇ କଂଗ୍ରେସ କରିବ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ ବୋଲି କହିଛନ୍ତି କଂଗ୍ରେସ ହାଇକମାଣ୍ଡ ।